କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା : ଏକେ ୪୭ ବନ୍ଧୁକରେ ନିଜକୁ ଗୁଳିକରି ଯବାନଙ୍କର ମୃତ୍ୟୁ

388

କନକ ବ୍ୟୁରୋ : କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ମୃତ ଯବାନ ଜଣଙ୍କ ସିଆରପିଏଫ ରାମପ୍ରସାଦ ବୋଲି ଜଣାପଡ଼ିଛନ୍ତିି । ସର୍ଭିସ ରାଇଫଲରୁ ଗୁଳି ଚଳାଇ ନିଜେ ହାରିଛନ୍ତି ଜୀବନ । ନୂଆପଡ଼ା ଜିଲ୍ଲା କୋମନା ଥାନା ଅଂଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ କୋମନା ଥାନା ଅଂଚଳରେ ଥିବା ବରକୋଟରେ ରହିଛି ଏକ ସିଆରପିଏଫ କ୍ୟାମ୍ପ । ଏଠାରେ ଆଜି ସକାଳେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନଙ୍କ ଘର ଉତରପ୍ରଦେଶ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ କୋମନା ପୋଲିସ ପହଁଛି ଘଟଣାର ତଦନ୍ତ ଆରମ୍ଭ କରୁଛି ।