ରାଜଧାନୀରେ ପୁଣି ହେଲା ଛୁରାମାଡ । ସ୍ତ୍ରୀ ପେଟରେ ଛୁରୀ ଭୁସିଦେଲା ନୃଶଂସ ସ୍ୱାମୀ

306

କନକ ବ୍ୟୁରୋ : ରାଜଧାନୀରେ ପୁଣି ଛୁରା ମାଡ଼ । ସ୍ତ୍ରୀ ପେଟରେ ଛୁରୀ ଭୁସି ଦେଲା ସ୍ୱାମୀ । ଲକ୍ଷ୍ମୀସାଗର ଥାନା ବୁଦେ୍ଧଶ୍ୱର କଲୋନୀରେ ଘଟିଛି ଏହି ଘଟଣା । ସ୍ୱାମୀ ଦୂର୍ଗାମାଧବ ମହାପାତ୍ର ସ୍ତ୍ରୀ କଳ୍ପନା ମହାପାତ୍ରଙ୍କୁ ଛୁରାମାଡ଼ କରିଛି । ଗୁରୁତର ଅବସ୍ଥାରେ କଳ୍ପନାକୁ କଟକ ହସ୍ପିଟାଲ ପଠାଯାଇଛି । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଂଚି ତଦନ୍ତ ଜାରି ରଖିଛି । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିବାରୁ ଏଭଳି ଘଟଣା ଦୂର୍ଗାମାଧବ ଘଟାଇ ଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ ।