ଲକ୍ଷ ଲକ୍ଷ ପିଲାଙ୍କୁ ଅନାଥ କରିଦେଇଛି କରୋନା ମହାମାରୀ । ଚମକାଇଦେଲା ‘NCPCR’ ରିପୋର୍ଟ

250

କନକ ବ୍ୟୁରୋ : କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସ କରିନେଇଛି । କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । କୋଟି କୋଟି ଲୋକଙ୍କ ଜୀବନ ଚାଲିଗଲାଣି । ଅନେକ ଲୋକ କରୋନା ପାଇଁ ନିଜର ଜୀବନ ଜିବିକା ହରାଇଲେଣି । ଆଉ ସବୁଠୁ ଦୁଃଖଦ କଥା ହେଉଛି କରୋନା ମହାମାରୀ ପାଇଁ ଅନେକ କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ତାଙ୍କ ବାପା-ମାଆଙ୍କ ହାତ ହଟିଯାଇଛି । ପିଲା ଅନାଥ ହୋଇଯାଇଛନ୍ତି ।
କରୋନା ମହାମାରୀ ପାଇଁ ପାଖାପାଖି ୧.୫ ଲକ୍ଷ ପିଲା ଅନାଥ ହୋଇଯାଇଛନ୍ତି । ରାଷ୍ଟୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏପ୍ରିଲ ୧ତାରିଖ ୨୦୨୦ରୁ ଜାନୁଆରୀ ୧୧ତାରିଖ ୨୦୨୨ ପର୍ଯ୍ୟନ୍ତ ୧.୪୭ ଲକ୍ଷ ପିଲା କରୋନା ମହାମାରୀ ପାଇଁ ବାପା-ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଦେଇଛନ୍ତି ।
ଏନସିପିସିଆର ରିପୋର୍ଟରେ କହିଛି, ଜାନୁଆରୀ ୧୧ ସୁଦ୍ଧା ୧୦ହଜାର ୯୪ ପିଲା ସମ୍ପୁର୍ଣ୍ଣ ଭାବେ ଅନାଥ ହୋଇଯାଇଛନ୍ତି । ଅର୍ଥାତ୍ ୧୦ହଜାର ପିଲା ଉଭୟ ବାପା-ମାଆଙ୍କୁ ହରାଇଛନ୍ତି । ସେହିପରି ୧ଲକ୍ଷ ୩୬ ହଜାର ୯୧୦ ପିଲା ବାପା-ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି । ସବୁଠୁ ବଡ କଥା ହେଉଛି ଏଥିମଧ୍ୟରୁ ପ୍ରାୟ ୪୮୮ ପିଲାଙ୍କୁ ତାଙ୍କ ବାପା ମାଆ ବେସାହାରା ଛାଡିଦେଇଛନ୍ତି । ରିପୋର୍ଟ ମୁତାବକ, ୧.୪୭ ଲକ୍ଷ ପିଲାଙ୍କ ମଧ୍ୟରୁ ୭୬ହଜାର ୫୦୮ ପୁଅ ଥିବା ବେଳେ ୭୦ ହଜାର ୯୮୦ ଝିଅ ରହିଛନ୍ତି । ସେଥିମଧ୍ୟରୁ ୪ପିଲା ଟ୍ରାଂସଜେଣ୍ଡର ରହିଛନ୍ତି