କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆପତି ଉଠାଇଲା ବିଜେପି, ଦଳ କହିଲା ସାରା ବିଶ୍ୱ ଭାରତର ଗୁଣଗାନ କରୁଥିବାବେଳେ ଦେଶକୁ ନିନ୍ଦୁଛନ୍ତି ରାହୁଲ

114

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛି ବିଜେପି । ବିଦେଶରେ ପହଁଚି ଦେଶ ବିରୋଧରେ ବୟାନ ଦେବା ଏକ ନିନ୍ଦନିୟ ଘଟଣା ବୋଲି ବିଜେପି ଆଜି ସାମ୍ବ।।ଦିକ ସମ୍ମିଳନୀରେ କହିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ବିଦେଶରେ ଦେଶ ବିରୋଧୀ ବୟାନ ଦେଉଛନ୍ତି ତାହା ଆଦୌ ଗ୍ରହଣନୀୟ ନୁହେଁ । ସାରା ବିଶ୍ୱ ଭାରତର ଗୁଣଗାନ କରୁଛି କିନ୍ତୁ ରାହୁଲ ଭାରତ ଓ ଭାରତ ସରକାରଙ୍କୁ ନିନ୍ଦା କରୁଛନ୍ତିି ।

ଦେଶ, ଗଣତନ୍ତ୍ର, ସେନା, ସରକାର, ଗଣମାଧ୍ୟମ ସମସ୍ତଙ୍କୁ ନିନ୍ଦା କରି ରାହୁଲ ଅର୍ନ୍ତରାଷ୍ଟ୍ରୀୟ ମଂଚରେ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ପ୍ରଶ୍ନ କରୁଛି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବକ୍ତୁତା ଦେବା ସମୟରେ ରାହୁଲ ପେଗାସସ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ । ଏଥିସହ ଚୀନର ପ୍ରଶଂସା କରିବା ସହ କଶ୍ମୀର ଏକ ହିଂସକ ସ୍ଥାନ ବୋଲି କହିଥିଲେ ।ଯାହାକୁ ନେଇ ଏବେ ଉଡୁଛି ପଡୁଛି ଜାତୀୟ ରାଜନୀତି ।