ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ

143

କନକ ବ୍ୟୁରୋ : ଦେଶରେ ପୁଣି ମୁଣ୍ଡ ଟେକିଛି କୋଭିଡ ଭୟ । ଲଗାତର ଦେଶରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓମିକ୍ରନର ସବ୍ ଭ୍ୟାରିଆଂଟ ଜେଏନଡଟୱାନ ଭୂତାଣୁ ୧୫ରୁ ଅଧିକ ରାଜ୍ୟରେ ବ୍ୟାପିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି । କୋଭିଡର ନୂଆ ଭାଇରସକୁ ନେଇ ବର୍ତମାନ ଭୟଭୀତ ହେବା କାରଣ ନାହିଁ କିନ୍ତୁ ସର୍ତକ ରହିବା ଜରୁରୀ ।

ରାଜ୍ୟକୁ ରାଜ୍ୟ ଡେଉଁଛି ‘ଜେଏନ୍ଡଟ୍ୱାନ୍’
-ଶୁକ୍ରବାର ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଛୁଇଁଛି
-୨୪ଘଂଟାରେ ୬୪୦ କୋଭିଡ ସଂକ୍ରମିତ ଚିହ୍ନଟ
-କେବଳ କେରଳରୁ ୨୬୫ ସଂକ୍ରମିତ ଚିହ୍ନଟ, ୧ମୃତ
-ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ନୂଆ ସଂକ୍ରମିତ ଚିହ୍ନଟ
-ମୋଟ ୧୬ରାଜ୍ୟରେ ବ୍ୟାପିଛି ଜେଏନଡଟୱାନ ଭୂତାଣୁ

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆବର୍ଷ ଆରମ୍ଭରୁ କର୍ଣ୍ଣାଟକର ସମସ୍ତ ଘରୋଇ ଓ ସରକାରୀ ସ୍କୁଲରେ କୋଭିଡ ପ୍ରୋଟୋକଲ ଲାଗୁ କରାଯାଇପାରେ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ଦେଶବାସୀଙ୍କୁ ଭୟଭୀତ ନରହି ଓ ସତର୍କ ରହିବାକୁ ପରାର୍ମଶ ଦିଆଯାଇଛି । ବଡଦିନ, ନୂଆବର୍ଷ ଓ ଭିଡରୁ ଦୂରେଇ ରହିବାକୁ କୁହାଯାଉଛି । ବୃଦ୍ଧ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେପଟେ ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିୟା, ଚୀନରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି । ଏହି ଦେଶମାନଙ୍କରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି ।