ଉତ୍ତର କୋରିଆରେ ଅଣାୟତ ହେଉଛି ଅଜଣା ଜ୍ୱର । ଗୋଟିଏ ଦିନରେ ୨ ଲକ୍ଷରୁ ଅଧିର ନୂଆ ମାମଲା ।

128

କନକ ବ୍ୟୁରୋ: ଉତ୍ତର କୋରିଆରେ ବଢି ଚାଲିଛି କରୋନା ଆକ୍ରାନ୍ତ । ଦିନକୁ ଦିନ ଦେଶରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦେଶରେ ୨୦ ଲକ୍ଷ ଲୋକ ରହତ୍ସମୟୀ ଭାବରେ ଥଣ୍ଡା ଖାସ ଓ ଜ୍ୱରରେ ପିଡିତ ହୋଇ ଥିବା ଖବର ସାମ୍ନାକୁ ଆସିଛି । ଏହାରି ଭିତରେ ଦେଶବାସିଙ୍କୁ ସମ୍ବୋଧିତ କରି କରୋନା ମହାମାରିକୁ ସାମ୍ନା କରିବା ଦେଶ ପାଇଁ ସବୁଠୁ ବଡ ଚ୍ୟାଲେଂଜ ବୋଲି କହିଛନ୍ତି ଶାସକ କିମ ଜଙ୍ଗ ଉନ । ସେପେଟେ ଦେଶରେ ଟିକାକରଣ ହୋଇ ନଥିବାରୁ ପରିସ୍ଥିତି ଆହୁରି ଗମ୍ଭିର ହୋଇପାରେ ବୋଲି କୁହାଯାଉଛି ।

ଉତ୍ତର କୋରିଆରେ କାୟା ମେଲାଉଛି କରୋନା । କରୋନାର ଓମିକ୍ରନ ଭୁତାଣୁ ଦେଶ ପାଇଁ କାଳ ସାଜିଛି । ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉତରକୋରିଆର ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତମାନ ଦେଶରେ ୨୦ ଲକ୍ଷ ରୁ ଅଧିକ ଲୋକ ଜ୍ୱର ଥଣ୍ଡା ଓ ଖାସ ଭଳି ରୋଗରେ ପିଡିତ ଅଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସେପଟେ କୋଭିଡ କାରଣୁ ୬୩ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇ ୭ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ସଙ୍ଗରୋଧରେ ଥିବା ଜଣାପଡିଛି । ଏହାରି ଭିତରେ ଦେଶ ବାସିଙ୍କୁ ସମ୍ବୋଧିକ କରିି କରୋନା ମହାମାରିକୁ ସାମ୍ନା କରିବା ଦେଶ ପାଇଁ ସବୁଠୁ ବଡ ଚ୍ୟାଲେଂଜ ବୋଲି କହିଛନ୍ତି ଶାସକ କିମ ଜଙ୍ଗ ଉନ । କିମ ଜଙ୍ଗ ଉନଙ୍କୁ ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।   ସେପେଟେ ଦେଶରେ ଟିକାକରଣ ହୋଇ ନଥିବାରୁ ପରିସ୍ଥିତି ଆହୁରି ଗମ୍ଭିର ହୋଇପାରେ ବୋଲି କୁହାଯାଉଛି ।