‘ବିଶେଷଜ୍ଞ କହୁଛନ୍ତି, ଭାରତ ଆଉ ଅଟକିବ ନାହିଁ’ । ଦେଶର ଯୁବଶକ୍ତି ଉପରେ ମୋଦୀଙ୍କ ଗୁରୁତ୍ୱ

167

କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଦେଶର ଯୁବ ଶକ୍ତି ପାଖରେ ସାମର୍ଥ୍ୟ ଅଛି । ଏବେ ଦୁନିଆ ପ୍ରଯୁକ୍ତିରେ ଆଗକୁ ବଢୁଛି । ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶ ଆଶା , ଆକାକ୍ଷାର ସହ ଆଗକୁ ବଢୁଛି । କରୋନା ସମୟରେ ବି ଭାରତ ଆଗକୁ ବଢିଛି, ମାନବତାକୁ ବଞ୍ଚାଇଛି । ବିଶେଷଜ୍ଞ କହୁଛନ୍ତି ଭାରତ ଆଉ ଅଟକିବ ନାହିଁ’ ।

ଏବେ ଭାରତ ପାଇଁ ସୁଯୋଗର ସମୟ । ଦେଶ ସର୍ବପ୍ରଥମ ଏହି ନୀତିକୁ ନେଇ ସରକାର ଆଗକୁ ବଢୁଛି ବୋଲି କହିଛନ୍ତି ମୋଦୀ ।