ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ ନେଇ ବିବାଦ। ଅନୁମତି ଦେଉନାହିଁ କେନ୍ଦ୍ର।

297

କନକ ବ୍ୟୁରୋ: ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିଙ୍ଗାପୁର ଯିବାକୁ ଚାହୁଁଛନ୍ତି ହେଲେ ତାଙ୍କୁ ଏନେଇ କେନ୍ଦ୍ର ଯିବାକୁ ଅନୁମତି ଦେଉନାହିଁ । ଏନେଇ ବିବାଦ ବଢିବାରେ ଲାଗିଛି । କ୍ରେଜିୱାଲ କହିବାନୁଯାୟୀ, ସେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି, କେଉଁ ଅପରାଧୀ ନୁହଁନ୍ତି । ତେଣୁ ତାଙ୍କୁ ଅନୁମତି ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ତାଙ୍କୁ ମାସେ ହେଲା ଅପେକ୍ଷା କରିବାକୁ ପଡିଲାଣି ବୋଲି କହିଛନ୍ତି ।

କେଜିୱାଲଙ୍କ ବିଦେଶ ଯାତ୍ରାକୁ ନେଇ ଉଠିଥିବା ଏ ବିବାଦ ପ୍ରଥମ ଥର ନୁହେଁ । ଏହାପୂର୍ବରୁ ୨୦୧୯ ଅକ୍ଟୋବରରେ ଡେନମାର୍କ ଗସ୍ତ ପାଇଁ ଅନୁମତି ମିଳିନଥିଲା । କେନ୍ଦ୍ରୀୟ ସଚିବଳାୟ ୬ ମଇ ୨୦୧୫ରେ ଜାରି କରିଥିବା ଏକ ଗାଇଡଲାଇନ ମୁତାବିକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମନ୍ତ୍ରୀଙ୍କୁ ବିଦେଶଗସ୍ତରେ ଯିବା ପାଇଁ ହେଲେ କେନ୍ଦ୍ର ସଚିବାଳୟ ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଅନୁମତି ନେବା ଆବଶ୍ୟକ । ଏଥିପାଇଁ ଏଫସିଆରଏର କ୍ଲିୟରାନ୍ସ ନେବାକୁ ପଡେ ।