ଦାମଙ୍କୁ ଅଭିଶାପ ଦେଲେ ଲିଙ୍ଗରାଜ ସେବାୟତ ! କହିଲେ, କ୍ଷମା ନ ମାଗିଲେ, ୨୦୧୯ ନିର୍ବାଚନରେ ସତ୍ତା ରହିବନି

81

କନକ ବ୍ୟୁରୋ : ଦାମଙ୍କୁ ମହଙ୍ଗା ପଡ଼ିଛି ବିବାଦୀୟ ମନ୍ତବ୍ୟ । ବ୍ରାହ୍ମଣ ଜାତି ସଂପର୍କରେ ଦେଇଥିବା ବୟାନକୁ ପ୍ରତିବାଦ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରତିବାଦ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବ୍ରାହ୍ମଣଜାତିକୁ ଅପମାନିତ କରିଥିବାରୁ କ୍ଷମାମାଗିବାକୁ ଦାବି କରାଯାଇଛି । ଏପଟେ କିନ୍ତୁ ଦାମ ସଫେଇ ରଖି କହିଛନ୍ତି-ବ୍ରାହ୍ମଣଙ୍କୁ କ୍ଷମା ମାଗିନି, ଭୁଲ ମାଗିବାର ପ୍ରଶ୍ନ ଉଠୁନି ।

puri-ମାଲକାନଗିରିରେ ମନ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ଏବେ ବ୍ରାହ୍ମଣଙ୍କ ମନରେ ନିଆଁ ଲଗାଇ ଦେଇଛି । ଆଉ ପ୍ରତିବାଦର ନିଆଁ ତୀବ୍ର ହୋଇ ସାରା ରାଜ୍ୟକୁ ବ୍ୟାପିବାକୁ ବସିଛି । ଆଦିବାସୀ ସ୍ୱାଭାମାନୀ ମରିଯିବେ ପଛେ ହାତ ପତେଇବେ ନାହିଁ କିନ୍ତୁ ବ୍ରାହ୍ମଣ ଭିକ ମାଗନ୍ତି, ଏ ଯେଉଁ ବୟାନ୍ ରଖିଥିଲେ ଡକ୍ଟର ଦାମୋଦର ରାଉତ, ତାକୁ ବିରୋଧକରି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ବୈଦିକ ବ୍ରହ୍ମଣ ସମାଜ । ଆଉ ପୁରା ବ୍ରାହ୍ମଣ ସମାଜକୁ କ୍ଷମା ମାଗିବା ପାଇଁ ଦାବି କରିଛି । ଭୁବନେଶ୍ୱରରେ ମଧ୍ୟ ଅନୁରୁପ ପ୍ରତିବାଦ କରିଛନ୍ତି ଲିଙ୍ଗରାଜ ସେବାୟତ । ଦାମ ବାବୁ ଯଦି କ୍ଷମା ନମାଗନ୍ତି, ଆଗାମୀ ନିର୍ବାଚନରେ ସେ ପରାଜିତ ହେବେ ବୋଲି ସେବାୟତ ମାନେ ଅଭିଶାପ ଦେଇଛନ୍ତି । ଯଦି ଦାମ ରାଉତ କ୍ଷମା ନ ମାଗନ୍ତି ତେବେ ଆଗାମୀ ନିର୍ବାଚନରେ ତାଙ୍କ ସତ୍ତା ରହିବନି ।

damaଏହି ଘଟଣା ରାଜ୍ୟ ରାଜନୀତିକୁ ଗରମ କରୁଥିବା ବେଳେ ବିରୋଧୀ ଦଳ ଏହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ କଲେଣି । ଜାତିବାଦର ଜହର ଓଡ଼ିଶାରେ ଅନ୍ୟରାଜ୍ୟ ତୁଳନାରେ ଅତି ନଗନ୍ୟ ଥିଲେ ସୁଦ୍ଧା ମୌକାରେ ଚୌକା ମାରିକାକୁ ପଛାଇ ନାହାଁନ୍ତି ପ୍ରତିପକ୍ଷ ଦଳରେ ଥିବା ନେତା । ବିଜେପି କହିଛି, ବ୍ରାହ୍ମଣଙ୍କ ପ୍ରତି ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଓଡ଼ିଶାବାସୀଙ୍କ ଆଗରେ ମନ୍ତ୍ରୀ ଦାମ ରାଉତ କ୍ଷମା ମାଗିବା ଉଚିତ ଏବଂ ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦଳ ଦାବି କରିଛି । ସେହିଭଳି କଂଗ୍ରେସ କହିଛି ବ୍ରାହ୍ମଣଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଶୋଭନୀୟ ।

ଏପଟେ କିନ୍ତୁ ନିଜ ସପକ୍ଷରେ ଯୁକ୍ତି ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି- ବ୍ରାହ୍ମଣଙ୍କୁ ଅପମାନ କଲା ଭଳି କୌଣସି ମନ୍ତବ୍ୟ ଦେଇନାହିଁ କି କ୍ଷମା ମାଗିବି ନାହିଁ । ମାଲକାନଗିରିରେ ମନ୍ତ୍ରୀ ରଖିଥିବା ବୟାନ୍ କଟକ ଭୁବନେଶ୍ୱର ଦେଇ ପୁରୀରୁ ଗଂଜାମ ବ୍ୟାପିଗଲାଣି ହେଲେ ଏଭଳି ଏକ ଯୁକ୍ତିଙ୍କୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା । ଜାତିଆଣ ଅକ୍ଷେପ ମନ୍ତ୍ରୀ ଦାମୋଦର ରାଉତଙ୍କ ଏବେକାର ନୁହେଁ । ପୂର୍ବରୁ ମଧ୍ୟ ଦଳିତଙ୍କ ସଂପର୍କରେ ଏମିତି ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି । ମନ୍ତ୍ରୀ ଦାମୋଦର ରାଉତଙ୍କ ତୁଣ୍ଡ, ଦଳକୁ ଯେତିକି ଅଡୁଆରେ ପକାଉଛି, ତାଠୁ ଅଧିକ ତାଙ୍କୁ ବିବାଦ ଘେରକୁ ଟାଣି ନେଉଛି ।