ପରିବା ଦେଇ କଂଗ୍ରେସ କର୍ମୀଙ୍କ ପ୍ରତିବାଦ : ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜଳସେଚନ ଅଫିସରେ ହୋହଲ୍ଲା

131

କନକ ବ୍ୟୁରୋ : ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି  । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା କଂଗ୍ରେସ କହୁଛି । ତଥାବି କାମ ସମ୍ପୂର୍ଣ୍ଣ ହୋଇପାରୁନି ।

କଟକ ସଦର ଅଞ୍ଚଳର ଖଣ୍ଡାଇତା ଅଞ୍ଚଳରେ ରାସ୍ତା କାମ ପାଇଁ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଲୋକେ । ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଶୁଣି ନଥିଲେ । ଆଜି ପରିବା ଦେଇ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସର ପ୍ରତିବାଦ ପରେ ୭ ଦିନ ଭିତରେ ରାସ୍ତା କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ ।