ମୋଦିଙ୍କୁ କଟାକ୍ଷ କଲେ କଂଗ୍ରେସ ଉପାଧକ୍ଷ । କହିଲେ ନରେନ୍ଦ୍ର ଭାଇ, କାମ ଦେଲାନି ଟ୍ରମ୍ପଙ୍କୁ ଆଲିଙ୍ଗନ କରିବା ।

37

କନକ ବ୍ୟୁରୋ : ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଜମାତ-ଉଦ-ଦାୱାର ମୁଖିଆ ହାଫିଜ ସୟିଦ ଗୃହବନ୍ଦୀରୁ ମୁକ୍ତି ହେବା ଘଟଣାକୁ ନେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ବ୍ୟଙ୍ଗ କରି ଟ୍ୱିଟ କରିଛନ୍ତି । ଟ୍ୱିଟରରେ ରାହୁଲ ଲେଖିଛନ୍ତି, ନରେନ୍ଦ୍ର ଭାଇ ଆତଙ୍କବାଦର ମାଷ୍ଟର ମାଇଣ୍ଡ ଏବେ ମୁକ୍ତ ହୋଇଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରଂପଙ୍କୁ ଆଲିଙ୍ଗନ କାମ ଦେଲା ନାହିଁ । ଆହୁରି ଆଲିଙ୍ଗନ ଆବଶ୍ୟକ ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଜବାବ ଟ୍ୱିଟ କରି ଦେଇଛନ୍ତି ବିଜେପି ନେତା ଜିବିଏଲ ନରସିଂହା । ସେ ଲେଖିଛନ୍ତି ରାହୁଲ ବାବା ଥରେ ହେଲ ଦେଶ ସପକ୍ଷରେ ଠିଆ ହୁଅ । ଅଭ୍ୟାସ ସହଜରେ ଛାଡେ ନାହିଁ । ଇଶରତ ଜାହାନ, ଲସ୍କର ଇ ତୋଇବା ଓ ୱିକିଲିକ୍ସ ମାମଲାରେ ଆତଙ୍କବାଦ ସହ ତମ ସଂପର୍କ ଧରାପଡିଛି । ଗୃହବନ୍ଦୀରୁ ମୁକ୍ତି ନେଇ ହାଫିଜ ସୟିଦକୁ ଶୁଭେଚ୍ଛା ଜଣାଇଲ ନା ନାହିଁ ବୋଲି ନରସିଂହା, ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ।