ଇଭାଙ୍କାଙ୍କ ଅପେକ୍ଷାରେ ବିଶ୍ୱର ସବୁଠାରୁ ବଡ ଡାଇନିଂ ହଲ । ମୋଦିଙ୍କ ସହ ଡିନର କରିବେ ଟ୍ରମ୍ପଙ୍କ ଲାଡଲୀ

69

ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫଙ୍କୁ ବିପୁଳ ସ୍ୱାଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ଅପେକ୍ଷାରେ ଥିବା ପୃଥିବୀର ସବୁଠାରୁ ବଡ ଡାଇନିଂ ହଲ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ଯେତେବେଳେ ଇଭାଙ୍କାଙ୍କୁ ସ୍ୱାଗତ କରିବେ । ତେବେ ମୋଦି, ଇଭାଙ୍କାଙ୍କ ପାଇଁ ଦୁନିଆର ସବୁଠାରୁ ସ୍ୱତନ୍ତ୍ର ଭୋଜନରେ ଆପ୍ୟାାୟିତ କରିବାର ଯୋଜନା କରିଛନ୍ତି ।

ଇଭାଙ୍କାଙ୍କ ରାତ୍ରୀ ଭୋଜନ ପାଇଁ ହାଇଦ୍ରାବାଦ ସ୍ଥିତ ନିଜାମର ପ୍ରସିଦ୍ଦ ତାଜ ଫାଲକନୁମା ପ୍ୟାଲେସ ହୋଟେଲ ‘୧୦୧ ଡାଇନିଂ ହଲ’ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏହା ହେଉଛି ପୃଥିବୀର ସବୁଠାରୁ ବଡ ଡାଇନିଂ ହଲ ଏବଂ ସ୍ଥିରୀକୃତ ହୋଇଥିବା ୧୦୧ ଜଣ ଅତିଥି ଏକା ସଙ୍ଗେରେ ଭୋଜନ କରିବାର ବ୍ୟବସ୍ଥା ହୋଇଥିବା ତାଜ ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଏହି ବଡ ହଲର ଭିତରକୁ କାଠ ଓ ଅର୍ଣ୍ଣେଟ କ୍ରିଷ୍ଟାଲରେ ସୁନ୍ଦର ଭାବେ ସଜ୍ଜା ହୋଇଛି ଯେ ଯଦି ଜଣେ ଗୋଟିଏ କୋଣରେ କିଛି କଥା ହେଲେ ଅନ୍ୟ କୋଣକୁ ଶୁଭାଯିବ ବୋଲି ତାଜ ପକ୍ଷରୁ କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ବ୍ୟବସାୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଗାମୀ ସପ୍ତାହରେ ଭାରତ ଆସୁଛନ୍ତି ।

ଇଭାଙ୍କା ମଙ୍ଗଳବାର ଦିନ ପହଂଚିବେ । ଟ୍ରମ୍ପଙ୍କ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଶହେଜଣ ନିମନ୍ତ୍ରିତ ଅତିଥି ଭୋଜନ କରିବେ । ତା ସହ ଫାଲକନୁମା ପ୍ୟାଲେସର ଲନରେ ଅନ୍ୟ ଏକ ରାତ୍ରୀ ଭୋଜନର ଆୟୋଜନ କରାଯାଇଛି । ଯେଉଁଠି ପାଖାପାଖି ଦୁଇ ହଜାର ଅତିଥି ଏକାଠି ରାତ୍ରୀ ଭୋଜନ କରିବେ ବୋଲି ହାଇଦ୍ରାବାଦ ପୋଲିସ କମିଶନର ଭି.ଭି. ଶ୍ରୀନିବାସ ରାଓ କହିଛନ୍ତି ।ରାତ୍ରୀ ଭୋଜନ ପୂର୍ବରୁ ପୂର୍ବତନ ମଡେଲ ତଥା ଡୋନାଲଡ ଟ୍ରମ୍ପଙ୍କ ଉପଦେଷ୍ଟା ଇଭାଙ୍କା, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଦ୍ରାବାଦ ଇଂଟରନ୍ୟାସନାଲ କନଭେନସନ ସେଂଟରରେ ଗ୍ଲୋବାଲ ଏଂଟରପ୍ରିନରସିପ ସମିତିରେ ସମ୍ଭୋଧନ କରିବେ ।

ଅପରାହ୍ନରେ ପ୍ରଧାନମନ୍ତ୍ରୀ ପହଂଚି ହାଇଦ୍ରାବାଦ ମେଟ୍ରୋ ରେଲକୁ ଉଦଘାଟନ କରିବା ପରେ ଏଚଆଇସିସି ଅଭିମୁଖେ ଯିବେ । ୧୮୯୩ରେ ନିର୍ମିତ ବିଛା ସଦୃଶ ଆରାମଦାୟକ ରାଜପ୍ରାସାଦ ଦଶ ବର୍ଷ ପୂର୍ବେ ତାଜ ଗ୍ରୁପ ଦ୍ୱାରା ହୋଟେଲକୁ ପରିବର୍ତିତ ହୋଇଥିଲା । ଇଭାଙ୍କା ୨୪ ଘଂଟା ରହଣି ଭିତରେ ସେ ଏହି ପୁରଣା ନଗରୀ ସମେତ ଚାରମିନାର ଓ ହାଇଦ୍ରାବାଦର ପ୍ରତୀକ ଚିହ୍ନ ବୁଲି ଦେଖିବେ ।