ପୁଣି କଂଗ୍ରେସ ଉଠାଇଲା ବେକାରୀ ସମସ୍ୟା ପ୍ରସଙ୍ଗ ! ଲୋୟର ପିଏମଜିରେ ଯୁବ କଂଗ୍ରେସର ଯୁବ ଅଧିକାର ସମାବେଶ

30

କନକ ବ୍ୟୁରୋ : ପୁଣି ବେକାରୀ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ବେକାରୀ ସମସ୍ୟା ନେଇ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜନ କରାଯାଇଛି ଯୁବ ଅଧିକାର ସମାବେଶ । ବେକାରୀଙ୍କୁ ଚାକିରୀ ଦିଆଯିବା ସହ ଭତା ଦାବିରେ ଏହି ସମାବେଶର ଆୟୋଜନ କରାଯାଉଛି । ସମାବେଶରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ସଭାପତି ଅମରେନ୍ଦ୍ର ସିଂ ରାଜାବ୍ରାର ଯୋଗଦେବେ ।

ଓଡିଶାର ପ୍ରଦେଶର ବରିଷ୍ଠ ନେତା ବି ଏଥିରେ ଯୋଗଦେବେ । ଯୁବ କଂଗ୍ରେସ ବେକାରୀ ସମସ୍ୟାକୁ ମୁଖ୍ୟ ସମସ୍ୟା ଭାବେ ଗ୍ରହଣ କରି ରାଜ୍ୟରେ ବିକ୍ଷୋଭ କରିବାକୁ ନିଷ୍ପତି ନେଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଯେ, ମୋଦି ସରକାର ବର୍ଷକୁ ୧ କୋଟି ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ । କିନ୍ତୁ ୩ ବର୍ଷ ପରେ ସରକାର ପ୍ରତିଶ୍ରୃତି ଭୁଲିଯାଇଛନ୍ତି ।