ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରୀଙ୍କୁ ରାଗିଂ ଘଟଣା: ୯ ଛାତ୍ରଙ୍କୁ ନିଲମ୍ବନ କଲେ କଲେଜ କର୍ତୃପକ୍ଷ

253

କନକ ବ୍ୟୁରୋ: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଂ ଘଟଣା । ରାଗିଂରେ ସମ୍ପୃକ୍ତି ଥିବା ଅଭିଯୋଗରେ ୯ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବନ କରାଯାଇଛି । କଲେଜ କର୍ତୃପକ୍ଷ ଏହି ଛାତ୍ରମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ରାଗିଂ ଘଟଣାର ତଦନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏହି ନିଲମ୍ବନ ନିର୍ଦ୍ଦେଶ କାଏମ ରହିବ ବୋଲି ସେ ଜଣାଇଛନ୍ତି । ସମସ୍ତ ଘଟଣା ସହ ନିଲମ୍ବନ ନିର୍ଦ୍ଦେଶ ନେଇ ପୁଲିସକୁ ମଧ୍ୟ ଅବଗତ କରାଇଛନ୍ତି କଲେଜ କତୃପକ୍ଷ ।