ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ ।

165

କନକ ବ୍ୟୁରୋ: ଯୋରନ୍ଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚଂଚଳ ମହିମା ଗାଦି ଅଂଚଳ । ୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ, ମହିମାଗାଦି ଚତୁଃପାଶ୍ୱର୍ର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ ଏବଂ ଉପସନା ପୀଠ ଏବଂ ବତୀ ମଣ୍ଡପର ଭୂମିପୂଜନର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମହିମା ଗାଦିର ଉଭୟ କୌପିନଧାରୀ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋରନ୍ଦା ପୀଠକୁ ଆସି ଭିଡ଼ ଜମାଇଛନ୍ତି ।

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନରେ ଆସି ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ । ମହିମାଗାଦିର ଉନ୍ନତିକରଣ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ମହିମା ଗାଦିର ଉନ୍ନତି କରଣ ପାଇଁ ୧୧୨କୋଟି ଟଙ୍କାର ମଂଜୁର କରିଛନ୍ତି । ମହିମା ଗାଦିର ବିକାଶ କାମ ଶେଷ ହେବା ପରେ ଏହା ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯୋରନ୍ଦା ହାଇସ୍କୁଲ ଖେଳପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି ।