ମୁଖ୍ୟମନ୍ତ୍ରୀଙ୍କ ଲୋଇସିଂହା ଗସ୍ତଙ୍କୁ ବିରୋଧ : ନବୀନଙ୍କ ସଭାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ

23

ବଲାଙ୍ଗିର : ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ । ଲୋଇସିଂହାରେ ନବୀନଙ୍କ ସଭାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ବଲାଙ୍ଗିର ପୁଲିସ ୪ ବିଜେପି କର୍ମୀଙ୍କୁ ଅଟକ ରଖିଛି । ଲୋଇସିଂହାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ବେଳେ ତାଙ୍କୁ ବିରୋଧ କରି ବିଜେପି କର୍ମୀ କଳାପତାକା ଦେଖାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ସୁଦ୍ଧା ସଭା ମଝିରେ ଥାଇ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି ।