ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପରିବାରକୁ ସମବେଦନା ଜଣାଇଲେ ନବୀନ

108

କନକ ବ୍ୟୁରୋ : ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱର୍ଗତ କର ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଥିଲେ । ଭଞ୍ଜ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାରରେ ତାଙ୍କ ଭୂମିକା ଅତୁଳନୀୟ ଥିଲା । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।