ନବୀନଙ୍କ ହେଲିକପ୍ଟର ବାଟବଣା ଘଟଣାରେ କାର୍ଯ୍ୟାନୁଷ୍ଠାନ : ଅବହେଳା ପାଇଁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

35

କନକ ବ୍ୟୁରୋ : ଆକାଶରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ବାଟବଣା ହେବା ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବିତ ହୋଇଛନ୍ତି ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଂଚି ମହାନ୍ତି । କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନତା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଅକ୍ଷାଂଶ ଓ ଦ୍ରାଘିମା ନେଇ ସେ ଭୁଲ୍ ରିପୋର୍ଟ ଦେଇଥିବା କୁହାଯାଇଛି । ଘଟଣାର ତଦନ୍ତ ପାଇଁ କୋରାପୁଟ ଏସପି ନିର୍ଦ୍ଦେଶ ଦେଇଥିଲେ ଏବଂ ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି ପୂର୍ତ ବିଭାଗ । ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ନିର୍ବାହୀ ଯନ୍ତ୍ରୀ ବିରଂଚି ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ପ୍ରତିକ୍ରିୟା ରଖି ନିର୍ବାହୀ ଯନ୍ତ୍ରୀ କହିଛନ୍ତି , ତଳିଆ କର୍ମଚାରୀଙ୍କ ଭୁଲଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ତାର ପରିଣାମ ସେ ଭୋଗିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –