କଂଗ୍ରେସର ଟ୍ୱିଟକୁ ନେଇ ବିଜେପିର ଦୃଢ ଜବାବ। ଭାରତ ଯୋଡୋ ଯାତ୍ରା ନୁହେଁ, ନିଆଁ ଲଗାଅ ଯାତ୍ରା କହିଲେ ସମ୍ବିତ ପାତ୍ର …

361

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଯାଇଛି । କେହି ହେଲେ କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ଜଣଙ୍କ ଉପରେ ଜଣେ ଆସି ପ୍ରଶ୍ନ ଉଠାଇଚାଲିଛନ୍ତି । କଂଗ୍ରେସ ପକ୍ଷରୁ ହୋଇଥିବା ଗୋଟିଏ ଟ୍ୱିଟକୁ ନେଇ ବର୍ତ୍ତମାନ ଉଭୟ ଦଳ ସାମ୍ନାସାମ୍ନି । କଂଗ୍ରେସ ଗୋଟିଏ ଟ୍ୱିଟ୍ କରିଛି ଯେଉଁଥିରେ ଖାକି ହାପ୍ ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖାଯାଇଛି । ଏହା ସାଙ୍କେତିକ ଭାବେ ଆରଏସଏସର ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି ଏହାକୁ ନେଇ ଏକ ପ୍ରେସମିଟ କରି କଂଗ୍ରେସର ଏହି ପୋଷ୍ଟକୁ ତୁରନ୍ତ ହଟାଇବାକୁ ଦାବି କରିଛି ।

ସୋମବାର ସକାଳୁ କଂଗ୍ରେସ ଗୋଟିଏ ଫଟୋ ପୋଷ୍ଟ କରିଥିଲା । ଏଥିରେ ଲେଖାଯାଇଥିଲା ଯେ ବିଜେପି-ଆରଏସଏସର ଘୃଣାରୁ ଦେଶକୁ ସ୍ୱାଧୀନ କରିବାକୁ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛୁ । ଏହି ପୋଷ୍ଟ ସହ ଯେଉଁ ଫଟୋ ପୋଷ୍ଟ କରାଯାଇଛି ସେଥିରେ ଖାକି ହାପ ପ୍ୟାଣ୍ଟରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି । ତେବେ ବିଜେପି ଏହାକୁ ନେଇ ଜୋରଦାର ଆକ୍ରମଣ କରିଛି । କଂଗ୍ରେସକୁ ପୋଷ୍ଟ ହଟାଇବା ପାଇଁ କହିଥିବା ବେଳେ କଂଗ୍ରେସ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଏମାନଙ୍କ ଭାରତ ଯୋଡୋ ଯାତ୍ରା ନିଆଁ ଲଗାଇବା ଯାତ୍ରା ବୋଲି ମଧ୍ୟ କହିଛନ୍ତି । ଏହାକୁ ସେ ଭାରତ ତୋଡୋ ଯାତ୍ରା ଭାବେ ସମ୍ବୋଧନ କରିଥିଲେ ।

ଦଳ କଂଗ୍ରେସକୁ ପ୍ରଶ୍ନ କରିଛି ଯେ, ଦଳ କଣ ଚାହୁଁଛି ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କୁ ନିଆଁ ଲଗାଇ ଦେଉ । କଂଗ୍ରେସ ତୁରନ୍ତ ଏହି ପୋଷ୍ଟକୁ ହଟାଇବାକୁ ବିଜେପି ପ୍ରବକ୍ତା ଦାବି କରିଛନ୍ତି । ତେବେ ଏହାର କିଛି ସମୟ ମଧ୍ୟରେ କଂଗ୍ରେସ ମଧ୍ୟ ଏନେଇ ଉତ୍ତର ରଖିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଟିସାର୍ଟ ଏବଂ ଅଣ୍ଡରୱେର ଉପରେ ଯେଉଁ ଟିପ୍ପଣୀ ତାହା ପୁରା ପିଲାଳିଆମୀ । ଯଦି ମୁଁ ଏହାର ସତ କହିବି ତେବେ ଆପଣ ହସିବେ । ଏନେଇ କୌଣସି କଥା କହିବାକୁ ସିଧାସିଧା ମନା କରିଦେଇଥିଲେ । ଯଦି ବିଜେପିକୁ କୌଣସି ପ୍ରସଙ୍ଗ ତିଆରି କରିବାର ଅଛି ତେବେ ନିଜର ଏଜେଣ୍ଡା ପ୍ରଥମେ ସ୍ପଷ୍ଟ କରୁ ।