ଚର୍ଚ୍ଚାରେ ଗ୍ରାଜୁଏଟ ଚା’ ଦୋକାନୀ ଗୀତାଞ୍ଜଳି ସାହୁ : ଚା’ ପିଇ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ

119

କନକ ବ୍ୟୁରୋ : ଚର୍ଚ୍ଚାରେ ଗ୍ରାଜୁଏଟ ଚା’ଦୋକାନୀ ଗୀତାଞ୍ଜଳି ସାହୁ । ଉଚ୍ଚଶିକ୍ଷିତା ହୋଇ ବି ଚାକିରୀ ପଛରେ ନ ଗୋଡାଇ ନିଜର ଚା’ଦୋକାନ ତିଆରି କରିଛନ୍ତି । କାମରେ କୁଣ୍ଠାବୋଧ ନ କରି ତିଆରି କରିଛନ୍ତି ଏହି ଚା’ଦୋକାନ । ଆଉ ତା ସହିତ ଭଳିକି ଭଳି ଜଳଖିଆ ତିଆରି କରୁଛନ୍ତି । କେନ୍ଦ୍ରାପଡ଼ାର ଝିଅ ଗୀତାଞ୍ଜଳି ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଖୁବ୍ କମ୍ ବୟସରେ ଆତ୍ମନିର୍ଭରଶୀଳ ହେବାକୁ ଏହି ନିଷ୍ପତ୍ତି ନେଇ ପ୍ରତିଦିନ ନିଜ କାମରେ ଲାଗି ପଡ଼ୁଛନ୍ତି ।

ଗୀତାଞ୍ଜଳିଙ୍କ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ତାଙ୍କୁ ଦେଖା କରିଥିଲେ । ନୀତିଶ କେନ୍ଦ୍ରପଡ଼ା ଗସ୍ତ ସମୟରେ ଗୀତାଞ୍ଜଳିଙ୍କ ଟି’ଷ୍ଟଲକୁ ଯାଇଥିଲେ । ସେଠାରେ ଚା ପିଇବା ସହିତ ଜଳଖିଆ ଖାଇ ଗୀତାଞ୍ଜଳିଙ୍କୁ ପ୍ରଶାଂସା କିଥିଲେ । ତାଙ୍କର ନିଷ୍ଠା ଓ ଅଧ୍ୟବସାୟ, ପରିଶ୍ରମକୁ ସାବାସୀ ଦେବା ସହିତ କୌଣସି ସମସ୍ୟା ସମୟରେ ସେ ତାଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।