ପୁଣି ଚାଲ ଖେଳିଲା ଚୀନ, ଚୀନର ଜାହଜକୁ ମିଳିଲା ଶ୍ରୀଲଙ୍କାରେ ପ୍ରବେଶ ଅନୁମତି ।

86

କନକ ବ୍ୟୁରୋ: ଚୀନଠୁ କୋଟି କୋଟି ଟଙ୍କାର ଋଣ ନେଇ ଶ୍ରୀଲଙ୍କା ଏବେ ଏଭଳି ସ୍ଥିତିରେ ପହଞ୍ଚିଛି କି ଚାପରେ ହେଉ ବା ଭୟରେ, ଡ୍ରାଗନର କଥା ମାନୁଛି । ବର୍ତମାନ ଏହି କଥା କେବଳ ଚର୍ଚ୍ଚାରେ ସୀମିତ ହୋଇ ରହିନି ବଂର ପ୍ରକୃତରେ ଘଟିଛି । କାରଣ ଚୀନର କଥା ଆଗରେ ଏବେ ମୁଣ୍ଡ ନୁଆଁଇଛି ଶ୍ରୀଲଙ୍କା । ବିପଦର ବନ୍ଧୁ ଭାରତର ଅନୁରୋଧକୁ ରକ୍ଷା କରିବା ବଦଳରେ ଚୀନର କଥାକୁ ଶ୍ରୀଲଙ୍କାକୁ ମାନିବାକୁ ପଡିଛି । କାରଣ ହମ୍ବନତୋଟା ବନ୍ଦରରେ ଚୀନର ଜାହଜ ପହଞ୍ଚିବା ପରେ ଏହାକୁ ଭବ୍ୟ ସ୍ୱାଗତ କରିଛି ଶ୍ରୀଲଙ୍କା । ସନ୍ଦେହ ପ୍ରକାଶ କରି ହମ୍ବନତୋଟରେ ଏହି ଜାହାଜକୁ ପ୍ରବେଶ ପାଇଁ ଅନୁମତି ନଦେବା ପାଇଁ ଶ୍ରୀଲଙ୍କାକୁ କହିଥିଲା ଭାରତ । ଅନୁରୋଧକୁ ରକ୍ଷା କରି ଚୀନକୁ ମଧ୍ୟ ଏହି କଥା କହିଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ବାରଣକୁ ବେଖାତିର କରିଛି ବେଜିଂ ଓ ହମ୍ବନତୋଟାରେ ପହଞ୍ଚିଛି ଚୀନର ଗୁଇନ୍ଦା ଜାହଜ ୟୁଆନ ୱାଙ୍ଗ ଫାଇଭ ।

• ହମ୍ବନତୋଟା ବନ୍ଦରରେ ପହଞ୍ଚିଛି ଚୀନର ଗୁଇନ୍ଦା ଜାହାଜ
• କଲୋମ୍ବଠୁ ୨୫୦ କିମି ଦୂରରେ ବନ୍ଦର ଅବସ୍ଥିତ
• ଗୁଇନ୍ଦା ଜାହାଜର ନାଁ ୟ୍ରୁ୍ରଆନ ୱାଙ୍ଗ ୫
• ଚୀନ କହୁଛି ତେଲ ଭର୍ତି ପାଇଁ ଜାହାଜକୁ ପଠାଯାଇଛି
• ଭାରତ କହୁଛି ଏହା ଏକ ଗୁଇନ୍ଦା ଜାହାଜ
• ୨୦୦୭ରେ ଚୀନ ଏହାକୁ ନିର୍ମାଣ କରିଥିଲା
• ଗଭୀର ସମୁଦ୍ର ଭିତରେ ନକ୍ସାକୁ କଏଦ କରିବାରେ ଜାହାଜ ସକ୍ଷମ
• ଏହା ଏକ ସାଇନଣ୍ଟିଫିକ ରିସର୍ଚ୍ଚ ଜାହାଜ ଅଟେ
• ଗଭୀର ସମୁଦ୍ର ଭିତରେ ମିଶାଇଲ, ସାଟେଲାଇଟକୁ ଟ୍ରାକ୍ କରିପାରେ
• ଅଣ୍ଡରୱାଟର ସର୍ଭେଲାନ୍ସ କରିବାରେ ଏହା ସକ୍ଷମ
• ଗୁଇନ୍ଦା ଜାହାଜ ହିନ୍ଦ ମହାସାଗରେ ଉତ୍ତର-ପଶ୍ଚିମର ତଥ୍ୟ ଖୋଜିବାରେ ସକ୍ଷମ
• ଭାରତୀୟ ନୌସେନା ଓ ତାମିଲନାଡୁ ବନ୍ଦର ଉପରେ ନଜର ରଖିବା ଆଶଙ୍କା ପ୍ରକାଶ

ଏବେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରକୃତରେ କଣ
• ଭାରତ ଆଖିରେ ଧୁଳି ଦେଇ ଚୀନକୁ ଶ୍ରୀଲଙ୍କା ସାହାଯ୍ୟ କରିଛି କି?
• ଚୀନର ଋଣ ଭାର ଆଗରେ ଶ୍ରୀଲଙ୍କା ଚୁପ ରହିବାକୁ ବାଧ୍ୟ ହୋଇଛି କି?
• ବେଜିଂର ନାଲି ଆଗରେ ଭୟଭୀତ ହୋଇଛି କି ଶ୍ରୀଲଙ୍କା ।
ଦେବାଳିଆ ଶ୍ରୀଲଙ୍କା ୯୯ବର୍ଷ ପାଇଁ ଚୀନ ପାଖରେ ଏହି ବନ୍ଦରକୁ ବନ୍ଧକ । କାରଣ ଏହି ବନ୍ଦର ନିର୍ମାଣରେ ଚୀନଠୁ ଆର୍ଥିକ ସାହଯ୍ୟ ନେଇଛି । ଏବେ ଶ୍ରୀଲଙ୍କା ଯେଉଁଭଳି ଭାବରେ ଚୀନର ଗୁଇନ୍ଦା ଜାହଜକୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇଛି ଓ ଭବ୍ୟ ସ୍ୱାଗତ କରିଛି ଏହା ନିଶ୍ଚିତଭାବେ ଆଶ୍ଚର୍ଯ୍ୟଜନକ ଘଟଣା । ସେପଟେ ଅସୁବିଧା ସମସ୍ୟାରେ ଶ୍ରୀଲଙ୍କାର ପ୍ରକୃତ ବନ୍ଧୁ ସାଜି ଭାରତ ସବୁ ସମୟରେ ସାହାଯ୍ୟ କରି ଆସୁଛି । ଏବେ ଅପେକ୍ଷା ଘଟଣାକୁ ନେଇ ଉଭୟ ଚୀନ ଓ ଶ୍ରୀଲଙ୍କା ପାଇଁ ଭାରତର ଆଭିମୁଖ୍ୟ କଣ ରହିବ ?