୩୦ ଫୁଟ ବୋରୱେଲରେ ଖସି ପଡିଲା ୩ ବର୍ଷର ଶିଶୁ ! ଜୀବନ ବିକଳରେ କାନ୍ଦୁଛି ଶିଶୁ , ଉଦ୍ଧାର କାର୍ଯ୍ୟ ଜାରି

17

କନକ ବ୍ୟୁରୋ : ବୋରୱେଲରେ ଖସି ପଡିଲା ଶିଶୁ । ୩୦ ଫୁଟର କୂଅ ଭିତରକୁ ଖସି ପଡିଛି ୩ ବର୍ଷର ଶିଶୁକନ୍ୟା । ଅନୁଗୁଳ ଜିଲ୍ଲା କିଶୋରନଗର ହଣ୍ଡପା ଥାନା ଗୋଳାସର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାମ ଜାରି ରଖିଛି । ରାଧା ସାହୁ ନାମକ ଶିଶୁଟି ସକାଳ ପାଖାପାଖି ୯.୩୦ ସମୟରେ ଖେଳୁଥିବା ବେଳେ ଗଳିପଡିଥିବା ଜଣାପଡିଛି । ତେବେ ୩୦ ଫୁଟ ବୋରୱେଲ ଭିତରେ ଖସିପଡିଥିବା ଶିଶୁଟି ସାହାଯ୍ୟ ପାଇଁ ଜୋରରେ ଚିକ୍ରାର କରୁଛି । ଦିନ ୯ଟାରୁ ଶିଶୁଟି ବୋରୱେଲରେ ଖସି ପଡିଥିଲେ ମଧ୍ୟ ଏଯାଏଁ ଉଦ୍ଧାର କପରାଯାଇନାହିଁ । ସ୍ଥାନୀୟ ତହସିଲଦାର ରବିନାରାୟଣ ମାଝୀଙ୍କ ନେତୃତ୍ୱରେ ଉଦ୍ଧାର କାମ ଜାରି ରହିଛି । ଡ୍ରୋଜର ସାହାର୍ଯ୍ୟରେ ଉଦ୍ଧାର କାମ ଜାରି ରହିଛି ।

ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପୂର୍ବରୁ ଏଠାରେ କୂଅ ଖୋଳାଯାଇଥିଲା । କିନ୍ତୁ କୌଣସି କାରଣବଶତଃ ଏହା ବ୍ୟବହାର ହୋଇ ନ ପାରିବାରୁ ଏହାକୁ ଖୋଲା ଛାଡି ଦିଆଯାଇଥିଲା । ଏହି କୂଅକୁ ବନ୍ଦ ନ କରି ଖୋଲା ରଖାଯାଇଥିବାରୁ ଏଭଳି ଏକ ଅଘଟଣ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।