ଏବେ ଡ୍ୟାନସ ଫ୍ଲୋର ହେବ ଆହୁରି ଧାମାକାଦାର । ରୋବର୍ଟ ବଜାଇବ ଆପଣଙ୍କ ମନ ଚାହୁଁଥିବା ଡିଜେ ସଙ୍ଗ  । 

107

ଆଜିକାଲି ରୋବର୍ଟର ବହୁଳ ବ୍ୟବହାର  କରାଯାଉଥିବା ଦେଖିବାକୁ ମିଳୁଛି । ଶାଢୀ ଦୋକାନ, ରେଷ୍ଟୁରାଂଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ କାମକରୁଛି ରୋବର୍ଟ । କିନ୍ତୁ ଏବେ ଆଉ ପାଦେ ଆଗକୁ ଯାଇଛି ରୋବର୍ଟ । କିନ୍ତୁ ଆପଣ କେବେ ରୋବର୍ଟ ଡିଜେ କଥା  ଶୁଣିଛନ୍ତି ।  ଏକ ଜଣ।।ଶୁଣା ନାଇଟ କ୍ଲବ ସିଜେକରେ ରୋବଟିକ ଡିଜେ କାମ କରୁଛି ।

ପ୍ରାଗ କାର୍ଲୋଭିଲାଜନେ ଗୋଟିଏ ଇଣ୍ଡଷ୍ଟ୍ରିଆଲ ଗ୍ରେଡ ଡିଜେ ରଖିଛି । ଆଉ ଲୋକମାନେ ଏହି ଡିଜେ ଦେଖିବାକୁ ଉତ୍ସାହିତ ଅଛନ୍ତି । କାରଣ ୟୁରୋପରେ ଏଭଳି ଡିଜେ କେହି କେବେ ଦେଖିନଥିଲେ । କେବଳ ୟୁରୋପ ନୁହେଁ ସାରା ବିଶ୍ୱରେ ଏହା ପ୍ରଥମ ବୋଲି ଆମେ କହିପାରିବା ।

ଏହି ରୋବଟିକ ଡିଜେର ଗୋଟିଏ ବଡ ହାତ ରହିଛି ଯାହା ସହ ଗୋଟିଏ ସିଣ୍ଡର ରହିଛି । ଏହାକୁ  ଡ୍ୟାନସ ଫ୍ଲୋରରେ ରଖାଯାଇଛି । ଏହା ଭିତରେ ଏକ ସ୍ୱତନ୍ତ୍ର ଧରଣର ସଫ୍ଟୱେର ଖଂଜାଯାଇଛି । ଏହା ଗୀତ ବଜାଇବା ସହ ନାଚ  ମଧ୍ୟ କରିପାରେ ।

ଲୋକେ ଏହାକୁ ଅନେକ ପସନ୍ଦ କରୁଛନ୍ତି । ଲୋକଙ୍କ ପସନ୍ଦ ଅନୁସାରେ ସେ ନାଚିବ ଆଉ ଗାଇବ । ଧୂମ ମଚାଇବ ରୋବର୍ଟ । ଆପଣଙ୍କ ମନପସନ୍ଦର ଗୀତରେ ଝୁମାଇବବ ରୋବର୍ଟ । ତେବେ ଆଉ ଡେରି କାହିଁକି ସାମିଲ ହୁଅନ୍ତୁ ଏହି ନାଇଟ କ୍ଲବରେ ଆଉ ନାଚନ୍ତୁ ରୋବର୍ଟ ସାଥୀରେ ।