ଛତିଶଗଡରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା: ଗୁଳି ବିନିମୟ ଘଟି ୭ ନକ୍ସଲ ନିପାତ

ନିହତ ମାଓବାଦୀଙ୍କ ନିକଟରୁ ଗୋଟିଏ ଏକେ ୪୭, ଗୋଟିଏ ୩୦୩ ରାଇଫଲ, ୧୨ ବନ୍ଧୁକ ଜବତ

169

କନକ ବ୍ୟୁରୋ: ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଟଳିପଡିଛନ୍ତି ୭ ଜଣ ହାଡକୋର ନକ୍ସଲ । ତେବେ ଏହି ଏନକାଉଂଟର ଛତିଶଗଡର ରାଜନନ୍ଦ ଗାଁର ବଗନାଦୀ ପୁଲିସ୍ ଷ୍ଟେସନ ନିକଟରେ ଘଟିଛି । ଅନ୍ୟପଟେ, ନିହତ ହୋଇଥିବା ଏହି ମାଓବାଦୀଙ୍କ ନିକଟରୁ ମାରଣାସ୍ତ୍ର ମିଳିବା ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ୍ ।

ସୂଚନା ମୁତାବକ, ଆଜି ଛତିଶଗଡ଼ର ରାଜନନ୍ଦଗାଓଁର ସୀତାଗୋତା ଜଙ୍ଗଲିଆ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗାର୍ଡଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ସାତ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ନିରାପତ୍ତା କର୍ମଚାରୀମାନେ କେତେଗୁଡ଼ିଏ ଏକେ-୪୭ ରାଇଫଲ୍, ୩୦୩ ରାଇଫଲ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି ପୁଲିସ୍ । ତେବେ ଏବେବି ସେଠାରେ ସେଠାରେ ୪୦ ରୁ ୫୦ ଜଣ ନକ୍ସଲ୍ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗୁଳି ବିନିମୟ ଜାରି ରହିଛି ।