ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜିଠୁ ୩ ଦିନ ଧରି ହେବ ଓସୁଅଲାଗି

ଅଣସର ଘରେ ମହାପ୍ରଭୁଙ୍କ ଉପଚାର ଚାଲିଛି

94

କନକ ବ୍ୟୁରୋ : ଅଣସର ଘରେ ମହାପ୍ରଭୁଙ୍କ ଉପଚାର ଚାଲିଛି । ଆଜିଠୁ ଅଣସର ଘରେ ମହାପ୍ରଭୁଙ୍କର ଓସୁଅ ଲାଗି ହେବ । ଗତକାଲି ଶ୍ରୀଅଙ୍ଗରେ ଫୁଲରି ତେଲ ଲାଗି ହେବା ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜୀଉ । ଆଜିଠୁ ନବମୀ ପର୍ଯ୍ୟନ୍ତ ଲାଗିହେବ ଓସୁଅ । ସୁଦୁ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରାଶି ତେଲ ଓ ଝୁଣାରେ ଓସୁଅ ଲାଗି କରାଯିବ ।

ଏହାପରେ ଏକାଦଶୀ ଦିନ ଦଶମୂଳ ମୋଦକ ସେବନ କରି ସୁସ୍ଥ ହେବେ ମହାପ୍ରଭୁ । ତେବେ ମହାପ୍ରଭୁ ଅଣସର ଘରେ ଥିବା କାରଣରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରୁନାହାନ୍ତି । କିନ୍ତୁ ଜଗନ୍ନାଥଙ୍କ ବଦଳରେ ଭକ୍ତଗଣ ପଟିଦିଅଁକୁ ଦର୍ଶନ କରୁଛନ୍ତି । ପରମ୍ପରା ଅନୁସାରେ ନେତ୍ରୋତ୍ସବ ଦିନ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।