ଆଇପିଏଲ ମହାସମର : ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା

78

କନକ ବ୍ୟୁରୋ : ଆଇପିଏଲ ମହାସମର । ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ପ୍ରଥମ ମ୍ୟାଚ୍‌ରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍‌ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା । ଏବେ ମାରକ୍ରମଙ୍କ ସହ ଅନ୍ୟ ଦୁଇ ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାର୍କୋ ଜାନସେନ ଓ ହେନରିକ୍‌ କ୍ଲାସେଁ ମଧ୍ୟ ଜାତୀୟ କର୍ତ୍ତବ୍ୟ ସାରି ଫେରିଥିବାରୁ ହାଇଦ୍ରାବାଦକୁ ଅତିରିକ୍ତ ବଳ ମିଳିଛି । ୨୦୨୧ରେ ହାଇଦ୍ରାବାଦ ଶେ‌ଷ ଏବଂ ଗତ ବର୍ଷ ଅଷ୍ଟମ ସ୍ଥାନରେ ରହିଥିଲା । ଏବେ ଏହି ଦଳ ମାରକ୍ରମଙ୍କ ନେତୃତ୍ବରେ ଭଲ କରିବା ଆଶା‌ରେ ରହିଛି ।

ଅନ୍ୟପକ୍ଷରେ କେଏଲ୍‌ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଚାଖିଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କଡ଼ା ସଂଘର୍ଷ କରି ୧୨ ରନ୍‌ରେ ହାରିଥିଲା । ରାହୁଲଙ୍କ ଆରମ୍ଭ ଭଲ ହୋଇନଥିଲେ ମଧ୍ୟ କାଇଲ ମେୟର୍ସ ଦୁଇଟି ମ୍ୟାଚ୍‌ରେ ଦୁଇଟି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଦିଲ୍ଲୀ ବିପକ୍ଷରେ ୫ ୱିକେଟ୍‌ ନେଇଥିବା ଦ୍ରୁତ ବୋଲର ମାର୍କ ଉଡ୍‌ ଚେନ୍ନାଇ ବିପକ୍ଷରେ ୩ ଓ ସ୍ପିନର ରବି ବିଷ୍ଣୋଇ ଦୁଇଟି ମ୍ୟାଚ୍‌ରେ ୫ ୱିକେଟ୍‌ ଅକ୍ତିଆର କରିଛନ୍ତି । ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିବ ଲକ୍ଷ୍ନୌ ।

ସନ୍‌ରାଇଜର୍ସ ହାଇଦ୍ରାବାଦ : ଏଦେନ ମାରକ୍ରମ (ଅଧିନାୟକ), ଭୁବନେଶ୍ବର କୁମାର, ଅବଦୁଲ ସାମଦ, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଅମୋଲପ୍ରୀତ ସିଂହ, ହାରି ବ୍ରୁକ, ମୟଙ୍କ ଡଗର, ଫଜଲହକ୍‌ ଫାରୁକି, ଅକିଲ ହୁସେନ, କାର୍ତ୍ତିକ ତ୍ୟାଗୀ, ହେନରିକ୍‌ କ୍ଲାସେଁ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ, ନୀତୀଶ କୁମାର ରେଡ୍ଡୀ, ଗ୍ଲେନ୍‌ ଫିଲିପ୍ସ, ଅଦିଲ ରସିଦ, ସାନବୀର ସିଂହ, ରାହୁଲ ତ୍ରିପାଠୀ, ଉମ୍ରାନ ମଲ୍ଲିକ, ବିଭ୍ରାନ୍ତ ଶର୍ମା, ସମର୍ଥ ବ୍ୟାସ, ୱାସିଂଟନ ସୁନ୍ଦର, ଉପେନ୍ଦ୍ର ଯାଦବ, ମାର୍କୋ ଜାନସେନ।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ : କେଏଲ୍‌ ରାହୁଲ (ଅଧିନାୟକ), କାଇଲ ମେୟର୍ସ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନିକୋଲାସ ପୂରନ, ନବୀନ ଉଲ୍‌ ହକ୍‌, ଆୟୁଷ ବାଦୋନି, ଆୱେସ ଖାନ, କରନ ଶର୍ମା, ଯୁଦ୍ଧବୀର ଚରକ, ୟାଶ ଠାକୁର, ରୋମାରିଓ ସେଫର୍ଡ, ମାର୍କ ଉଡ, ସ୍ବପ୍ନିଲ ସିଂହ, ମନନ ଭୋରା, ଡାନିଏଲ ସାମ୍ସ, ପ୍ରେରକ ମଙ୍କଡ଼, କୃଷ୍ଣାପ୍ପା ଗୌତମ, ଜୟଦେବ ଉନାଦକଟ, ମାର୍କସ ଷ୍ଟୋଇନିସ, ରବି ବିଷ୍ଣୋଇ, ମୟଙ୍କ ଯାଦବ।