କୁଆଡେ ଯାଇଥିଲା ଚିତା? ୬ ଦିନ ପରେ ପୁଣି କୁନୋ ଫେରିଲା ଓବାନ୍ ।

150

କନକ ବ୍ୟୁରୋ: ଶେଷରେ ୬ ଦିନ ପରେ କୁନୋ ନ୍ୟାସନାଲ ପାର୍କରୁ ଖସି ପଳାଇଥିବା ଚିତା ଓବାନ୍ ଫେରିଛି । ଗୁରୁବାର ତାକୁ ଶିବପୁରୀ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଲଗାତାର ଗ୍ରାମାଞ୍ଚଳ ଓ ଆଖାପାଖ ଇଲାକାରେ ଖୋଜାଖୋଜି କରିବା ପରେ ତାକୁ ଶିବପୁରୀ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ବନ ଅଧିକାରୀ ଆଶ୍ୱସ୍ତ ହୋଇଛନ୍ତି ।

ସୂଚନା ମୁତାବକ, ମଧ୍ୟପ୍ରଦେଶ ଶ୍ୟୋପୁର ନିକଟ କୁନୋ ନ୍ୟାସନାଲ ପାର୍କରେ ଖୋଲା ଛଡାଯାଇଥିଲେ ନାମ୍ବିବ୍ୟାରୁ ଅଣାଯାଇଥିବା ୪ ଚିତା । ସେଥିରୁ ଏପ୍ରିଲ ୧ ତାରିଖରେ ଚିତା ଓବାନ୍ ପାର୍କରୁ ବାହାରି ଗ୍ରାମାଞ୍ଚଳ ଆଡକୁ ପଳାଇଥିଲା । ଏହାକୁ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା, ଯାହା ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।