କେକେଆର ବିଜୟୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୧ ରନ ହରାଇଲା କୋଲକତା

87

କନକ ବ୍ୟୁରୋ : କୋଲକତାରେ କେକେଆର କମାଲ । ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୧ ରନ ହରାଇଛି କୋଲକତା । ରହମୁନୁଲା ଗୁରୁବାଜ ଓ ଶାର୍ଦୁଳ ଠାକୁରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୨୦୪ କରିଥିଲା ଘରୋଇ ଦଳ । ବେଙ୍ଗାଲୁରୁ ୧୮ ଓଭରରେ ଅଲଆଉଟ୍ ହୋଇ ମାତ୍ର ୧୨୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ବିରାଟ କୋହଲି, ଫାଫ୍ ଡୁପ୍ଲେସେସ୍ ଆଉଟ ହେବା ପରେ ଫେର ମାରିଥିଲେ ସବୁ ବ୍ୟାଟର । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ ଟି ୱିକେଟ୍ ନେଇଥିଲେ ।

ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଦୀନେଶ କାର୍ତ୍ତିକ ପ୍ରମୁଖ କେହି ବି ଦଳକୁ ରକ୍ଷା କରିପାରିନଥିଲେ । ଭେଙ୍କଟେଶ ଆୟରଙ୍କ ବଦଳରେ ଇମ୍ପାକ୍ଟ ‌ଖେଳାଳି ଭବେ ଆସି ଆଇପିଏଲ୍‌ ପଦାର୍ପଣ କରିଥିବା ଅନକ୍ୟାପ୍‌ଡ ସୂୟାସଙ୍କ ୩ ୱିକେଟ୍ ସଫଳତା ସବୁଠାରୁ ଚର୍ଚ୍ଚାରେ ରହିଥିଲା । ସେ ମଧ୍ୟ ପ୍ରତିପକ୍ଷର ଇମ୍ପାକ୍ଟ ପ୍ଲେୟାର୍‌ ଅନୂଜ ରାୱତଙ୍କୁ ଆଉଟ୍ କରିଥିଲେ । ଏହି ୩ ସ୍ପିନର୍‌ ମିଳିତ ଭାବେ ୯ ୱିକେଟ୍ ଅକ୍ତିଆର କରିବାରୁ ଆର୍‌ସିବି ୧୦୦ ରନ୍‌ ପୂର୍ବରୁ ୯ ୱିକେଟ୍‌ ହରାଇଥିଲା । ପ୍ରଥମ ଥର ପାଇଁ ଚଳିତ ସଂସ୍କରଣରେ ଏକ ଦଳ ଅଲ୍‌ ଆଉଟ୍‌ ହୋଇଯାଇଥିଲା।