ସାରା ଦେଶରେ ଚୈତ୍ର ନବରାତ୍ରୀ : ୯ ଦିନ ଧରି ହେବ ପାଳନ; ଦିନରେ ଗୋଟିଏ ଥର ଖାଇ ବ୍ରତ ପାଳନ ବିଧି

123

କନକ ବ୍ୟୁରୋ : ସାରା ଦେଶରେ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ ବା ବାସନ୍ତୀକ ନବରାତ୍ରୀ । ୯ ଦିନ ବ୍ୟାପୀ ନବରାତ୍ରୀ ପାଳନ ହେବ । ରାମନବମୀରେ ଏହି ପୂଜାର୍ଚ୍ଚନାର ସମାପନ ହୋଇଥାଏ । ଗୋଟିଏ ଦିନରେ ତେଲୁଗୁ ନବବର୍ଷ ଉଗାଡ଼ି ସହ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ । ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ନବରାତ୍ରୀ ପାଳନ କରାଯାଉଛି ।

ବିଶେଷ କରି ମାରୱାଡି ପରିବାର ଅତି ନିଷ୍ଠାର ସହ ଦେବୀ ଦୁର୍ଗାଙ୍କୁ ଆବାହନ କରି ନବରାତ୍ରୀ ବ୍ରତ ଆରମ୍ଭ କରିଛନ୍ତି । ଜୟପୁର ସହରରେ ଅତି ଆଡ଼ମ୍ବରରେ ନିଜ ଘରେ ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ମାରୱାଡ଼ି ପରିବାର । ନୂଆ ବସ୍ତ୍ର ପିନ୍ଧି ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମାଆଙ୍କ ଆରାଧନା କରିଛନ୍ତି । ୯ ଦିନ ପର୍ଯ୍ୟନ୍ତ ଦିନରେ ଗୋଟିଏ ଥର ଖାଇ ଏହି ବ୍ରତ ପାଳନ କରାଯାଇଥାଏ । ନବମ ଦିନ ଏହି ବ୍ରତର ସମାପନ ହୋଇଥାଏ ।