ସିବିଏସଇ ମାଧ୍ୟମରେ ଭୁବନେଶ୍ୱର ଜୋନରେ ପାସ ହାର ରହିଲା ୯୯ ଦଶମିକ ୬୨ ପ୍ରତିଶତ । କରୋନା ବେଳେ ମାର୍କ ମିଳିଲା ଯାହାକୁ ଯେତେ

106

କନକ ବ୍ୟୁରୋ: ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୯ଦଶମିକ ୪ପ୍ରତିଶତ ରହିଛି । ୨୦ଲକ୍ଷ ୭୬ ହଜାର ୯୯୭ପିଲା ପାସ୍ କରିଛନ୍ତି । ଚଳିତ ବର୍ଷ ୯୯ ଦଶମିକ ୨୪ ପ୍ରତିଶତ ଛାତ୍ରୀ ଏବଂ ୯୮ଦଶମିକ ୮୯ ପ୍ରତିଶତ ଛାତ୍ର ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଶୁନ୍ ଦଶମିକ ୩୫ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି ।

ସେପଟେ ଓଡ଼ିଶାରୁ ୪୩ହଜାର ୬୩୦ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୪୩ହଜାର ୨୮୮ ଜଣ । ଭୁବନେଶ୍ୱର ଜୋନରେ ୯୯ ଦଶମିକ ୬୨ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯାଇଥିଲ । ବୋର୍ଡ଼ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନର୍ଦ୍ଧାରିତ ମୁଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି ।