ବ୍ରୋଞ୍ଜ ପଦକ ଜିତିବା ପରେ ଭାରତ ଫେରିଲେ ପି.ଭି ସିନ୍ଧୁ , ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

192

କନକ ନ୍ୟୁଜ : ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ ଆଜି ଭାରତ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସିନ୍ଧୁଙ୍କ ସହ ତାଙ୍କ କୋଚ୍ ବି ତାଙ୍କ ସହିତ ଫେରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସିନ୍ଧୁ କହିଛନ୍ତି କି “ମେଡାଲ ଜିତିବା ପରେ ମୁଁ ବହୁତ ଖୁସି ଅଛି, ମୋର ବିଜୟ ପାଇଁ ମୁଁ ବ୍ୟାଡମିଣ୍ଟନ ଆସୋସିଏସନ ସହିତ ସାରା ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି ” । ଏହାସହ ଯେଉଁମାନେ ତାଙ୍କୁ ସହଯୋଗ ଓ ଉତ୍ସାହିତ କରିଛନ୍ତି ସେମାନଙ୍କୁ ବି ସିନ୍ଧୁ ଧନ୍ୟବାଦ ଦେବାକୁ ଭୂଲି ନଥିଲେ ।

କହିରଖୁ କି ପି.ଭି ସିନ୍ଧୁ ଚୀନ ଖେଳାଳୀ ୱିଙ୍ଗ ଜିଆଓଙ୍କୁ  ସିଧା ସେଟରେ ୨୧-୧୩,୨୧-୧୫ ରେ ହରାଇ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାସହ ସେ ଦୁଇଟି ଅଲମ୍ପିକରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ । ଏହା ପୂର୍ବରୁ ରିଓ ଅଲମ୍ପିକରେ ରୋପ୍ୟ ପଦକ ଜିତିଥିଲେ ସିନ୍ଧୁ । ସେ ଇସ୍ରାଇଲର କେନ୍ନିୟା ପୋଲିକାରପୋବାଙ୍କୁ ୨୧-୭,୨୦-୧୦ ସେଟରେ ହରାଇ ଟୋକିଓ ଅଲମ୍ପିକରେ ବିଜୟ ଆରମ୍ଭ କରିଥିଲେ । ଏହାପରେ ସେ ହଙ୍ଗକଙ୍ଗର ଚ୍ୟୁଙ୍ଗ ଏନଗାନଙ୍କୁ ୨୧-୯,୨୧-୧୬ ସେଟରେ ହରାଇଥିଲେ । ତୃତୀୟ ମ୍ୟାଚରେ ଡେନମାର୍କର ମିୟା ବ୍ଲିଚଫେଲ୍ଡଙ୍କୁ ୨୧-୧୫,୨୧-୧୩ ସେଟରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ ।