Browsing Category

ନ୍ୟୁଜ୍

ସହିଦ ହୋଇଗଲେ ସ୍ୱାମୀ, ଅମର ହେଲା ସିନ୍ଥି ସିନ୍ଦୂର । ବିବାହ ବାର୍ଷିକୀ ପୂର୍ବରୁ ସ୍ୱାମୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି…

କନକ ବ୍ୟୁରୋ: ଯେତେବେଳେ ସଧବା ମଥାରୁ ମଥାରୁ ସିନ୍ଦୁର ଲଭିଯାଏ । ଯେତେବେଳେ କଅଁଳା ଶିଶୁ ମୁଣ୍ଡରୁ ବାପାର ଆଶୀର୍ବାଦର ହାତ ହଟିଯାଏ । ସେତେବେଳେ କହିବାକୁ ଭାଷା ଓ ଲେଖିବାକୁ ଶବ୍ଦ ଖୋଜିବାକୁ ଯେତେ ଚେଷ୍ଟା କଲେ ବି, ଆବେଗ ପ୍ରକାଶ କରିବାରେ ମଣିଷ ଅସମର୍ଥ ହୁଏ । ଇଏ ସେହି କାହାଣୀର ଚିତ୍ର,…
Read More...

ପୈତୃକସ୍ଥଳୀରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ ମା ମାଟି,…

କନକ ବ୍ୟୁରୋ : ଲୁହରେ ଭିଜିଲା ସହିଦଙ୍କ ଗାଁ । ବୀର ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ଗାଁ । କାନ୍ଦୁଛନ୍ତି ବାପା-ମା ସ୍ତ୍ରୀ ଓ ସମ୍ପକୀୟ । ପୁଂଚ ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀର ଯେତେବେଳେ ଜନ୍ମମାଟିରେ ପହଂଚିଲା, ସେତେବେଳେ ଶୋକାକୂଳ ପରିବେଶରେ ଫାଟି…
Read More...

ପୁଂଚ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଆକ୍ସନ ମୁଡରେ ଭାରତୀୟ ସେନା, ଜୋରଦାର ହେଲା ସର୍ଚ୍ଚ ଅପରେସନ

କନକ ବ୍ୟୁରୋ : ଆକାଶରେ ଘୁରିବୁଲୁଛି ସେନା ହେଲିକପ୍ଟର । ଘଂଚ ଜଙ୍ଗଲରେ ପଇଁତରା ମାରୁଛି ଡ୍ରୋନ । ରାଜପଥରୁ ଆକ୍ରମଣସ୍ଥଳରେ ସୁରାକ ଖୋଜୁଛି ସ୍ନିପର ଡଗ୍ । ଗୁରୁବାର ଜମ୍ମୁକଶ୍ମୀର ପୁଂଚ୍ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ସେନା ପକ୍ଷରୁ ଆରମ୍ଭ ହୋଇଛି ବଡ ଧରଣର ସର୍ଚ୍ଚ…
Read More...

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଗାର୍ଡ଼ ଅଫ ଅନର । ବୀର ପୁଅକୁ…

କନକ ବ୍ୟୁରୋ: ଦେଶ ମାତୃକାର ସୁରକ୍ଷା ପାଇଁ ଯେଉଁ ପୁଅ ପଣ କରି, ଘର ଛାଡିଥିଲା, ଆଜି ଯେତେବେଳେ ସେହି ପୁଅର ପାର୍ଥିବ ଶରୀର ଜନ୍ମମାଟିକୁ ଫେରୁଥିଲା, ସେତେବେଳେ ରାସ୍ତା ପାଲଟିଥିଲା ଜନସମୁଦ୍ର । ବୀର ପୁଅର ଶେଷ ଦର୍ଶନ ପାଇଁ ଭୁବନେଶ୍ୱରରୁ ଜନ୍ମମାଟି ପର୍ଯ୍ୟନ୍ତ ଭିଡ ଜମାଇଥିଲେ ହଜାର ହଜାର…
Read More...

ହନିଙ୍କ ବିରୁଦ୍ଧରେ ଅପହରଣ ଓ ମାଡପିଟ୍ ଅଭିଯୋଗ, ଥାନାରେ ରୁଜୁ ହେଲା ମାମଲା

କନକ ବ୍ୟୁରୋ : ବ୍ରାଉନ ରଙ୍ଗ, ଦେଶୀ କଲାକାର, ଲୁଙ୍ଗୀ ଡ୍ୟାନ୍ସ, ବ୍ଲୁ-ଆଇଜ୍ ଭଳି ଏକାଧିକ ସୁପରହିଟ୍ ଗୀତ ଭେଟିଦେଇଥିବା ପପୁରାଲ ରାପର ହନି ସିଂ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବିକ, ହନି ସିଂ…
Read More...

୧୨ ବର୍ଷର ବାଳକକୁ ହୋଇଛି ଗଳା କର୍କଟ, ପୁଅର ଚିକିତ୍ସା ପାଇଁ ହାତ ଟେକିଦେଲେ ଅସହାୟ ବାପାମାଆ

କନକ ବ୍ୟୁରୋ : ଖେଳକୁଦ ବୟସରେ ଗଳା କର୍କଟ ରୋଗରେ ପିଡୀତ ୧୨ ବର୍ଷର ନାବାଳକ । ଛାଡ଼ୁନି ଜ୍ୱର, ଅସହ୍ୟ ହେଉଛି ଯନ୍ତ୍ରଣା । ଦିନକୁ ଦିନ ଶରୀର ଦୁର୍ବଳ ହେଉଥିବା ବେଳେ ଆଖିରୁ ଦୃଷ୍ଟିଶକ୍ତି ମଧ୍ୟ କମି କମି ଯାଉଛି । ପୁଅର ଚିକିତ୍ସା ପାଇଁ ସର୍ବସାନ୍ତ ହେଲେଣି ଯାଜପୁର କୋରାଇ ବ୍ଲକ ତରପଦା ଗାଁର…
Read More...

ଧାନରୁଆ ଯନ୍ତ୍ର ପାଇଁ ମିଳିଲା ରାଷ୍ଟ୍ରପତି ପୁରସ୍କାର, କୋରାପୁଟ ଜୟପୁରର ସଦାଶିବ ମାଝୀଙ୍କ ପାଇଁ ସମ୍ମାନ ଆଣିଛି ହସ୍ତ…

କନକ ବ୍ୟୁରୋ : କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନକ । ଠିକ୍ ସେମିତି କିଛି ଉଦ୍ଭାବନ ପାଇଁ କୋରାପୁଟ ଜିଲ୍ଲା ଜୟପୁରର ସଦାଶିବ ମାଝୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ  । ଦେବାଶିସ ହସ୍ତ ଚାଳିତ ଧାନ ରୁଆ ଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରଟି ବିନା ତେଲ ଓ…
Read More...

ମାଲକାନଗିରି ମାଥିିଲିରେ କେନ୍ଦୁପତ୍ର ବିକ୍ରିରେ କେଳେଙ୍କାରୀ । ସରକାରୀ ଫୋଡିରେ ସଠିକ୍ ସମୟରେ ମିଳୁନି ପାଉଣା, ମନଇଛା…

କନକ ବ୍ୟୁରୋ : ବିଭାଗୀୟ ଅଧିକାରୀଙ୍କ ଆଖି ସାମ୍ନାରେ କୋଟିକୋଟି ଟଙ୍କାର ରାଜସ୍ୱ ଫାଙ୍କି ମାଲକାନଗିରିରୁ ରାଜ୍ୟ ବାହାରକୁ ଯାଉଛି କେନ୍ଦୁପତ୍ର । ସରକାରୀ ଫୋଡିରେ କେନ୍ଦୁପତ୍ର ଦେବାକୁ ନାରାଜ ଆଦିବାସୀ । କାରଣ ସରକାରୀ ଫୋଡିରେ କେନ୍ଦୁପତ୍ର ଦେଲେ ସଠିକ୍ ସମୟରେ ମିଳୁନାହିଁ ଟଙ୍କା । ତେଣୁ…
Read More...

ହୁତୁ ହୁତୁ ହୋଇ ଜଳିଲା ଚିଲିକାର ନଳବଣ । ଏକର ଏକର ନଳବଣ ପୋଡି ପାଉଁଶ, ଶହେ ମିଟର ପର୍ଯ୍ୟନ୍ତ ଉପରକୁ ଉଠିଲା ନିଆଁ

କନକ ବ୍ୟୁରୋ : ହୁତୁ ହୁତୁ ହୋଇ ଜଳିଲା ଚିଲିକା ନଳବଣ, ୧‍୦୦ ମିଟର ପର୍ୟ୍ୟନ୍ତ ଉପରକୁ ଉଠିଲା ନିଆଁ; ବିପଦରେ ଫିସିଙ୍ଗ୍ କ୍ୟାଟ୍‌ଙ୍କ ଜୀବନ । ଚିଲିକା ନଳବଣରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଲା ବଣ। ଏକର ଏକର ନଳ ବଣ ପୋଡି ପାଉଁଶ ହୋଇଥିବା ସୂଚନା। ବିପଦରେ ଚିଲିକାରେ ଥିବା…
Read More...

ଜଳିଗଲା ଗାଡି, ଖୋର୍ଦ୍ଧା ଅନ୍ଧାରୁଆରେ ଅଘଟଣ, ଘର ଉପରେ ହେଲେ ବଜ୍ରପାତ

କନକ ବ୍ୟୁରୋ : ବଜ୍ରପାତରେ ଜଳିଗଲା ୬ ବାଇକ ଓ ଆସବାବପତ୍ର । ଖୋର୍ଦ୍ଧା ଚନ୍ଦକା ଥାନା ଅନ୍ଧାରୁଆରେ ଅଘଟଣ, ବଜ୍ରପାତରେ ଜଳି ଗଲା ୬ ବାଇକ୍ । ଗତକାଲି ବିଳମ୍ବତ ରାତିରେ ପ୍ରଶାନ୍ତ ବଡ଼ଜେନାଙ୍କ ଘର ବାହାରେ ରଖା ଯାଇଥିବା ଚାରୋଟି ବାଇକ୍ ଓ ଦୁଇଟି ସ୍କୁଟି ବଜ୍ରପାତରେ ଜଳି ଯାଇଥିବା ସୂଚନା ।…
Read More...