କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ନିର୍ଦ୍ଦେଶକ କହିଲେ, ପ୍ରାଥମିକ ତଦନ୍ତ ଅନୁସାରେ ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ ।
କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ଉଚ୍ଚସ୍ତରୀୟ ୩ଜଣିଆ କମିଟିର ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଝିଅ ହୋଇଥିବା ଜଣାପଡ଼ିଛି । କିନ୍ତୁ ବ୍ୟକ୍ତି ଜଣକ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିବାରୁ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏନେଇ ଆଗକୁ ଯାହା ତଦନ୍ତ ହେବ ତାହା ପୋଲିସ ହିଁ କରିବ । ସେପଟେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭାବେ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଯଦି ଅନ୍ୟ କେହି ଦୋଷୀ ବାହାରୁଛନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବୁଝାମଣା ଅଭାବରୁ ଏପରି ହୋଇଥିବା କହିଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଆଣିଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ତାଙ୍କୁ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ପରିବାର ।