କନକ ବ୍ୟୁରୋ: ଲୋକସଭାରେ ବିଜେଡି ମହିଳା ସାଂସଦଙ୍କ ପ୍ରଦର୍ଶନ ଅପେକ୍ଷା ବିଜେପି ମହିଳା ସାଂସଦଙ୍କ ପ୍ରଦର୍ଶନ ଭଲ । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ୧୭ତମ ଲୋକସଭାରେ ବର୍ତମାନ ସୁଦ୍ଧା ସ୍ୱତନ୍ତ୍ର ଅଧିବେଶନ ସମେତ ମୋଟ ୧୨ଟି ଅଧିବେଶନ ଶେଷ ହୋଇଛି । ବିଭିନ୍ନ ଅଧିବେଶନରେ ସାଂସଦମାନେ ଏଥିରେ ସାମିଲ ହୋଇଛନ୍ତି । ଓଡ଼ିଶାରୁ ଲୋକସଭାରେ ବିଜେଡିର ୫ ଓ ବିଜେପିର ଦୁଇଜଣ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି । ପିଆରଏସ୍ ଲେଜିସଲେଟିଭ୍ ତଥ୍ୟରୁ ଲୋକସଭାରେ ଓଡ଼ିଶାର ୭ଜଣ ମହିଳା ସାଂସଦଙ୍କ ମଧ୍ୟରୁ ବିଜେପିର ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଆଲୋଚନାରେ ଭାଗ ନେବା ଏବଂ ପ୍ରଶ୍ନ ପଚାରିବାରେ ଆଗରେ ରହିଛନ୍ତି । ଅନ୍ୟପଟେ ଆସ୍କାର ବିଜେଡି ସାଂସଦ ପ୍ରମିଳା ବିଷୋୟୀ ପ୍ରଦର୍ଶନରେ ପଛରେ ଅଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ମହିଳା ସାଂସଦ: କିଏ ପଚାରିଛନ୍ତି କେତେ ପ୍ରଶ୍ନ?
- ସଂଗୀତା ସିଂଦେଓ ସମୁଦାୟ ୪୪ଟି ଆଲୋଚନାରେ ଭାଗ ନେଇଛନ୍ତି
- ମୋଟ ୪୭୪ଟି ପ୍ରଶ୍ନ ପଚାରିଛନ୍ତି ସଂଗୀତା
- ଅପରାଜିତା ଷଡଙ୍ଗୀ ୩୫ଟି ଆଲୋଚନାରେ ଭାଗ ନେଇଛନ୍ତି
- ୧୯୪ଟି ପ୍ରଶ୍ନ ପଚାରିଛନ୍ତି ଭୁବନେଶ୍ୱର ସାଂସଦ
- ଶର୍ମିଷ୍ଠା ସେଠୀ ୨୮ଟି ବିତର୍କରେ ଭାଗ ନେଇଛନ୍ତି
- ୧୮୯ଟି ପ୍ରଶ୍ନ ପଚାରିଛନ୍ତି ଯାଜପୁରର ବିଜେଡି ସାଂସଦ
- ମଞ୍ଜୁଲତା ମଣ୍ଡଳ ୧୭ଟି ଆଲୋଚନାରେ ଭାଗ ନେଇଛନ୍ତି
- ୨୨୧ଟି ପ୍ରଶ୍ନ ପଚାରିଛନ୍ତି ଭଦ୍ରକର ବିଜେଡି ସାଂସଦ
- ଚନ୍ଦ୍ରାଣୀ ମୁର୍ମୁ ୧୭ଟି ବିତର୍କରେ ଭାଗ ନେଇଛନ୍ତି
- ୧୦୦ଟି ପ୍ରଶ୍ନ ପଚାରିଛନ୍ତି କେନ୍ଦୁଝରର ବିଜେଡି ସାଂସଦ
- ରାଜଶ୍ରୀ ମଲ୍ଲିକ ୧୪ଟି ଆଲୋଚନାରେ ଭାଗ ନେଇ ୬୦ଟି ପ୍ରଶ୍ନ ପଚାରିଛନ୍ତି
- ପ୍ରମିଳା ୬ଟି ଆଲୋଚନାରେ ଭାଗ ନେଇଛନ୍ତି ୪୫ଟି ପ୍ରଶ୍ନ ପଚାରିଛନ୍ତି