ଝାରସୁଗୁଡ଼ା ବାଇପାସ୍ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା : ଚାଲିଗଲା ୭ ଜୀବନ, ୨୦ରୁ ଅଧିକ ଆହତ

238

କନକ ବ୍ୟୁରୋ : ଝାରସୁଗୁଡ଼ା ବାଇପାସ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ଭୁଷଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜୁ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଉଛନ୍ତି ରାଜେନ୍ଦ୍ର ତିୱାରୀ, ଶେର ବାହାଦୁର, ବ୍ରିଜପାଲ ସିଂ, ପଙ୍କଜ ଝା ଓ ବିକାଶ କୁମାର ।

ସୂଚନା ମୁତାବକ ଗତକାଲି ସଂଧ୍ୟା ୭ଟା ସମୟରେ ଠେଲକୋଲୋଇ ସ୍ଥିତ ଜେଏସଡବ୍ଲ୍ୟୁ ଭୂଷଣ ପ୍ଲାଣ୍ଟରୁ ୬୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଏକ ବସ ଆସୁଥିଲା । ତେବେ ସରବାହଲ ନିକଟରେ କୋଇଲା ବୋଝେଇ ହୋଇଥିବା ଏକ ହାଇୱା ଦୁଇଟି ଗାଈକୁ ଧକ୍କା ଦେଇ ଡିଭାଇଡର ଭାଙ୍ଗି ରାସ୍ତାର ଅପରପାଶ୍ୱର୍ରେ ଯାଉଥିବା ବସକୁ ଧକ୍କା ଦେଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଇପାସ୍ ରାସ୍ତାରେ ଥିବା ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାପାଳ ଡାକ୍ତରଖାନାରେ ପହଁଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।