ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ : ଆଫ୍ରିକାର ନାମିବ୍ୟାରୁ ଭାରତକୁ ଆସିଲା ୮ଟି ଚିତା ବାଘ

164

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଭାରତକୁ ଆସୁଛି ୮ ଟି ଚିତା ବାଘ । ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ଚିତା ବାଘଗୁଡିକୁ ଛଡାଯିବ । ମୋଦୀ ଏଥିରୁ ୩ ଟି ଚିତାକୁ ଏକ ଆବଦ୍ଧ ପରିଧି ମଧ୍ୟରେ ଛାଡିବାର କାର୍ଯ୍ୟକ୍ରମ ରହିଛି । ଆଫ୍ରିକାର ନାମିବ୍ୟାରୁ ୮ ଚିତା ବାଘ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଆଜି ସକାଳ ୫ ଟାରେ ଭାରତରେ ପହଞ୍ଚି ସାରିଛି ।

ପରେ ସେମାନଙ୍କୁ ଏକ ବଡ ହେଲିକ୍ୟାପ୍ଟର ମାଧ୍ୟମରେ ସକାଳ କୁନୋ ଜାତୀୟ ଅଭୟାରଣ୍ୟକୁ ଅଣାଯାଇଛି । ତେବେ ଆସିବା ବାଟରେ ଚିତାକୁ କୌଣସି ଖାଦ୍ୟ ଦିଆଯାଇ ନାହିଁ । ଯେହେତୁ ଏସବୁ ଛୋଟ ଛୋଟ ଚିତା ହୋଇଥିବାରୁ ସେମାନଙ୍କୁ ଟ୍ରାଙ୍କୁଲାଇଜ ମଧ୍ୟ କରାଯାଇନଥିବା ସୂଚନା ମଳିଛି । ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ରହିଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି ।

ଚିତା ଆସିବା ପରେ ପ୍ରଥମେ ଏକ ଆବଦ୍ଧ ପରିଧି ମଧ୍ୟରେ ଭିତରେ ୩୦ ଦିନ ଯାଏଁ କ୍ୱାରେନଣ୍ଟାଇନ୍ ରଖାଯିବ । ଏହି ମାସକ କାଳ ସେମାନଙ୍କ ବ୍ୟବହାର, ଗତିବିଧି, ସ୍ୱାସ୍ଥ୍ୟ ଏପରିକି ଏଠାକାର ପରିବେଶ ସହ ଖାପ ଖୁଆଉଛି କି ନାହିଁ, ତାହା ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ । ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି ।