ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତିଙ୍କୁ ହତ୍ୟା ଧମକ ଅଭିଯୋଗ

35

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ହତ୍ୟା ଧମକ ମାମଲା । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ସିକ୍ୟୁରିଟି ଗାର୍ଡ ଓ ଜଣେ ବୁର୍ଲା ମେଡିକାଲ କର୍ମଚାରୀ ଅଛନ୍ତି । ଫୋନ୍ ଯୋଗେ ଏମାନେ ଶଙ୍କର ରାମଚନ୍ଦାନୀଙ୍କୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ରାମଚନ୍ଦାନୀ ଏତଲା କରିବା ପରେ ତଦନ୍ତ ଆରମ୍ଭ କରିଥିଲା ବୁର୍ଲା ପୁଲିସ । ଆଜି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଧମକ ଦିଆଯାଇଥିବା ସିମ୍ କାର୍ଡ ମଧ୍ୟ ଜବତ କରିଛି ପୁଲିସ ।