ଅନ୍ତିମ ସଂସ୍କାର ପୂର୍ବରୁ ବୌଦ୍ଧ ଭିକ୍ଷୁଙ୍କ ଶବକୁ କାହିଁକି କରାଯାଏ ଖଣ୍ଡ ଖଣ୍ଡ । ଜାଣନ୍ତୁ କାରଣ

572

କନକ ବ୍ୟୁରୋ : ଦୁନିଆରେ ରହିଛି ବିଭିନ୍ନ ଧର୍ମ। ସବୁ ଧର୍ମାବଲମ୍ବୀ ବର୍ଷ ବର୍ଷ ଧରି ପ୍ରଚଳିତ ପ୍ରଥାକୁ ପାଳନ କରିଥାନ୍ତି। ବିବାହ ନାମକରଣ ତଥା ଅନ୍ତିମ ସଂସ୍କାର ଆଦି ପ୍ରଥା ପାଇଁ ସବୁ ଧର୍ମରେ ଭିର୍ନ୍ନ ଧରଣର ପରମ୍ପରା ରହିଛି।

ଯଦି ଅନ୍ତିମ ସଂସ୍କାର କଥା କୁହାଯିବ ତେବେ ଏହା ପାଇଁ ମଧ୍ୟ ଭିନ୍ନ ଭିନ୍ନ ଧର୍ମର ଭିନ୍ନ ଭିନ୍ନ ନୟମ ରହିଛି । ହିନ୍ଦୁ ସମ୍ପ୍ରଦାୟରେ ଶବ ଦାହ ନିୟମ ଥିବା ବେଳେ ମୁସଲିମ ସମ୍ପ୍ରଦାୟରେ ଶବକୁ ପୋତି ଦିଆଯାଏ। ଈସାଈ ଧର୍ମରେ କଫିନରେ ଶବକୁ ପୋତିବା ନିୟମ ଥିବା ବେଳେ ଜୈନ ଧର୍ମରେ ଅନ୍ତିମ ସଂସ୍କାରର ପ୍ରତିଟି କାର୍ୟ୍ୟ ସମୟରେ ନିଲାମ ଡକାଯାଏ । ଏଥିରୁ ମିଳିଥିବା ପଇସାକୁ ଜନହିତରେ ଲଗାଯାଏ। ଦୁନିଆରେ ତ ଏମିତି କିଛି ଅଦ୍ଭୁତ ସମ୍ପ୍ରଦାୟ ରହିଛନ୍ତି ଯେ ଅନ୍ତିମ ସଂସ୍କାର ପରେ ସେହି ପାଉଁଶରୁ ସୁପ୍ ପ୍ରସ୍ତୁତ କରି ପିଇଥାନ୍ତି ।

ହେଲେ ତିବ୍ବତରେ ରହୁଥିବା ବୌଦ୍ଧ ସମ୍ପ୍ରଦାୟର ନିୟମାବଳୀ ଖୁବ ଭିନ୍ନ ରହିଛି । ସାଧୁ ସନ୍ଥ ଓ ସାଧାରଣ ଲୋକଙ୍କ ପ୍ରକ୍ରିୟାରେ ଭିନ୍ନତା ରହିଛି। ସମୟ ସହ ଲୋକ ମାନେ ପରମ୍ପରାରେ ପରିବର୍ତ୍ତନ କଲେ ମଧ୍ୟ ବୌଦ୍ଧ ଧର୍ମବାଲମ୍ୱବୀ ମାନେ ନିଜ ନିୟମକୁ ନେଇ ଖୁବ ନିର୍ଦ୍ଧିଷ୍ଟ।

ଏମାନେ ନା ଶବକୁ ଜଳାନ୍ତି ନା ପୋତିଥାନ୍ତି। ଏମାନଙ୍କ ହିସାବରେ ଆକାଶରେ ଅନ୍ତିମ ସଂସ୍କାର କରିବାର ମାନ୍ୟତା ରହିଛି । ଶବକୁ ଏକ ଉଚ ସ୍ଥାନକୁ ନେଇ ସେଠାରେ ପୂଜା ଵିଧି କରିବା ପରେ ଜଣେ ଲୋକ ଶବକୁ କାଟି କାଟି ଛୋଟ ଛୋଟ ଖଣ୍ଡ କରି କରି ଅଟାରେ ପ୍ରସ୍ତୁତ ଏକା ଘୋଳରେ ବୁଡାଇ ଚିଲ କାଉ ପାଇଁ ଛାଡି ଦିଅନ୍ତି।

କାଉ ଓ ଚିଲମାନେ ଶବକୁ ଖାଇବା ପରେ ଯେଉଁ ଅବଶିଷ୍ଠାଂଶ ବଳିପଡେ ବୌଦ୍ଧ ଭିକ୍ଷୁମାନେ ପୁଣି ସେହି ମାଂସକୁ ଅଟା ଘୋଳରେ ଗୋଳାଇ ପକ୍ଷୀମାନଙ୍କ ପାଇଁ ଛାଡି ଦେଇଥାନ୍ତି ।

ତିବ୍ବତ ହେଉଛି ଉଚ୍ଚତାରେ ଗଢି ଉଠିଥିବା ସହର। ସେଠାରେ ଶବ ଦାହ ପାଇଁ କାଠ ଯୋଗାଡ଼ିବା ଯେତିକି କଷ୍ଟ ପଥୁରିଆ ମାଟି ଯୋଗୁଁ ଶବ ପୋତିବା ମଧ୍ୟ ସେତିକି କଷ୍ଟସାଧ୍ୟ। ଏପରି ପ୍ରଥା ଅନୁସରଣ କରି ପକ୍ଷୀ ମାନଙ୍କ ପାଇଁ ଭୋଜନ କଲେ ପୁର୍ଣ୍ୟ ହେବ ଓ ଶବ ସଂସ୍କାର ବି ସହଜ ହେବ। ଏଣୁ କରି ଏହି ସଂସ୍କାରକୁ ଆତ୍ମବଳିଦାନ ବୋଲି ମଧ୍ୟ କୁହା ଯାଏ। ଆଗରୁ ଚାଲି ଆସୁଥିବା ପ୍ରଥାକୁ ଏବେ ମଧ୍ୟ ସେଠାରେ ପାଳନ କରାଯାଉଛି।