ସାଥୀ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀରରକୁ ଦେଖି ସହିପାରିଲେନି ବିଏସଏଫ୍ ଯବାନ ! ହୃଦଘାତରେ ନିତ୍ୟାନନ୍ଦ ସିଂଙ୍କ ମୃତ୍ୟୁ

680

କନକ ବ୍ୟୁରୋ : ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବାପରେ ସାରା ଦେଶରେ ବହୁଛି ଆକ୍ରୋଶର ଲେହେର । ପ୍ରତିଶୋଧନ ନିଆଁରେ ଜଳୁଛନ୍ତି ଦେଶବାସୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କ୍ରିକେଟର, ବଲିଉଡ଼ ହସ୍ତୀ, ନେତା ଏପରିକି ଛୋଟ ଛୋଟ ଛୁଆମାନେ ପ୍ରତିଶୋଧ ନେବା ପାଇଁ ଆଗଭର ହେଉଛନ୍ତି । ବୀରପୁତ୍ରଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ମା’ମାଟି । ସହିଦଙ୍କ ଶେଷଦର୍ଶନ ପାଇଁ ଚାରିଆଡ଼ୁ ଲୋକ ପହଞ୍ଚୁଛନ୍ତି । ଏଥିମଧ୍ୟରେ ବିହାର ସାସାରାମରେ ସହିଦ ହୋଇଥିବା ଯବାନଙ୍କ ଶବକୁ ନେବାବେଳେ ଜଣେ ଯବାନ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ।

ସାଥୀ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଦେଖି ସହିପାରିଲେନି ଯବାନ ନିତ୍ୟାନନ୍ଦ ସିଂ । ୪୦ ସାଥୀଙ୍କ ଶବକୁ ଦେଖି ବିଏସଏଫରର ଏଏସଆଇ ପଦରେ ନଯୁକ୍ତ ଥିବା ଯବାନ ନିତ୍ୟାନନ୍ଦ ସିଂ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକାର ଛାହା ଖେଳିଯାଇଛି । କୁହାଯାଉଛି ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ମଧ୍ୟରୁ କିଛି ଯବାନ ନିତ୍ୟାନନ୍ଦଙ୍କ ଭଲ ବନ୍ଧୁ ଥିଲେ । ବନ୍ଧୁଙ୍କ ଏପରି ଅବସ୍ଥା ଦେଖି ଭାଙ୍ଗିପଡ଼ିଥିଲେ

ସୂଚନାଯୋଗ୍ୟ ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ସହିଦ୍ ହୋଇଛନ୍ତି । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦୁଇ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ପ୍ରୟାସ କରୁଥିବାବେଳେ ବିସ୍ଫୋରଣ ଘଟି ମେଜର ଚିତ୍ରେଶ ବିଷ୍ଟ ସହିଦ୍ ହୋଇଥିଲେ । ଅନ୍ୟପଟେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି ।