କଲେଜ ପରିସରରେ ଯବାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ: ପିଲା ଦେଖିଲେ ଡ଼ଗ ସୋ ସାଙ୍ଗକୁ ସୁରକ୍ଷାବାହିନୀର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

139

କନକ ବ୍ୟୁରୋ: କଲେଜ ପରିସରରେ ବିଏସ୍ଏଫ୍ ଯବାନଙ୍କ ଅସ୍ତସସ୍ତ୍ର ପ୍ରଦର୍ଶନୀ । କଲେଜ ଛାତ୍ରଛାତ୍ରୀ ଦେଖିଲେ ଡ଼ଗ ସୋ ସାଙ୍ଗକୁ ଅସ୍ତ୍ରସସ୍ତ୍ରର ଭଣ୍ଡାର । ଯୁବ ପିଡ଼ିଙ୍କ ମନରେ ଦେଶ ଭକ୍ତି ଜାଗ୍ରତ କରିବା ଓ ସେନାରେ ସାମିଲ କରିବା ଉଦେଶ୍ୟରେ ଏଭଳି ପ୍ରୟାସ କରିଛନ୍ତି ବିଏସଏଫ ଯବାନ ।

ଭଳି ଭଳି ଆଧୁନିକ ବନ୍ଧୁକ ସାଙ୍ଗକୁ ଡଗ୍ ସୋ । କଲେଜ ପରିସରରେ ବିଏସଏଫ ପକ୍ଷରୁ କରାଯାଇଛି ଏକ ନିଆରା ପ୍ରଦର୍ଶନ । ଲାଇଟ ମେସିନ ଗନ ଠାରୁ ଆରମ୍ଭ କରି ମିଡ଼ିୟମ ମେସିନ ଗନ, ହେବି ମେସିନ ଗନ, ନାଇଟ ଭିଜନ କ୍ୟାମେରା ସହ ବିଭିନ୍ନ ପ୍ରକାର ଅସ୍ତ୍ରସସ୍ତ୍ର । ଦେଶର ସୁରକ୍ଷା ପାଇଁ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଯବାନମାନେ ବ୍ୟହାର କରିଥା୍ନ୍ତି ସେସବୁ ଆଜି କଲେଜରେ ଦେଖିବାକୁ ମିଳୁଛି । ଯବାନମାନେ ବ୍ୟବହାର କରୁଥିବା ଅସ୍ତସସ୍ତ୍ର ପିଲାଙ୍କୁ ଦେଖାଉଛନ୍ତି । କୋରାପୁଟ ବିଏସଏଫ ଯବାନଙ୍କ ଦ୍ୱାରା ଏହି ପ୍ରଦର୍ଶିନି କରାଯାଇଛି ।

କୋରାପୁଟ ଜିଲ୍ଳାରେ ନକ୍ସଲଙ୍କୁ ଦମନ କରିବାରେ ସହଯୋଗ କରୁଥିବା ଅସ୍ତସସ୍ତ୍ରକୁ କିପରି ବ୍ୟବହାର କରାଯାଏ, ତାର ପ୍ରଶିକ୍ଷଣ ନେଇଛନ୍ତି କଲେଜ ପିଲା । ପୂର୍ବରୁ ଟିଭି ଓ ଫଟୋରେ ଦେଖିଥିବା ଅତ୍ୟାଧୁନି ଅସ୍ତ୍ରସସ୍ତ୍ରକୁ ଅତି ନିକଟରୁ ଦେଖି ଖୁସି ଜାହିର କରିଛନ୍ତି । ଅସ୍ତ୍ରସସ୍ତ୍ରର ବ୍ୟବହାର ସମ୍ପର୍କରେ ଜାଣିବା ସହ ଯବାନଙ୍କ କର୍ତବ୍ୟ ବାବଦରେ ଜାଣି ଗର୍ବିତ ବୋଲି କୁହନ୍ତି କଲେଜର ଛାତ୍ରୀମାନେ । ଦେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା । କେବଳ ସେନା ଉପରେ ସବୁ ବେଳେ ନିର୍ଭର କରିବା ତାହା ନୁହେଁ ଏଥିପାଇଁ ସମସ୍ତଙ୍କ ମନରେ ଦେଶ ଭକ୍ତି ମଧ୍ୟ ଆସିବା ଦରକାର ।