ନୂଆ ବୋହୂର କାରନାମା…ନେଇ ପଳାଇଲେ ଟଙ୍କା ସୁନା : ସ୍ୱାମୀକୁ ଚାପୁଡା ମାରି ପ୍ରେମିକ ସହ ଫେରାର

1,156

କନକ ବ୍ୟୁରୋ : ସ୍ୱାମୀକୁ ମାଡ ମାରି ଟଙ୍କା ଓ ସୁନା ଗହଣା ନେଇ ପଳାଇଲା ନବବିବାହିତା । ଏପରି ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ୧୨ ତାରିଖରେ ଭରତପୁର ଅଞ୍ଚଳର ବଳରାମଙ୍କ ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା । ବିବାହାର ପର ଦିନ ଯୁବତୀ ଜଣଙ୍କ କାହା ସହ କଥା ହେଉଥିବା ବେଳେ ଶୁଣିବାକୁ ପାଇଥିଲେ ବଳରାମ ।

ଏଥିରେ ସେ ରାଗିଯିବାରୁ ଯୁବତୀ ଜଣଙ୍କ ତାଙ୍କୁ ବୁଝାଇ ଚୁପ୍ କରାଇ ଦେଇଥିଲେ । ହେଲେ ପର ଦିନ ବିବାହ ପାଇଁ ମାନସିକ କରିଥିବା କହି ଲିଙ୍ଗରାଜ ମନ୍ଦିର ଯିବାକୁ ଜିଦ୍ କରିଥିଲେ । ଦୁଇ ଜଣ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ କିଛି ଯୁବକ ତାଙ୍କ ପାଖରେ ପହଞ୍ଚି ଗାଡିରେ ବସିବାକୁ କହିଥିଲେ । ହେଲେ ବଳରାମ ଏଥିରେ ରାଜି ନହେବାରୁ ଯୁବତୀ ଜଣଙ୍କ ତାଙ୍କୁ ମାଡ ମାରି ଗାଡିରେ ବସିଥିଲେ ।

ପରେ ଯୁବକମାନେ ବଳରାମଙ୍କୁ ମାଡ ମାରିଥିଲେ । ଲିଙ୍ଗରାଜ ଥାନା ପୋଲିସ ସମସ୍ତଙ୍କୁ ଥାନାକୁ ଆଣିଥିଲା । ସେମାନଙ୍କୁ ପଚରାଉଚରା ପରେ ଛାଡି ଦେଇଥିଲା ପୋଲିସ । ହେଲେ ପର ଦିନ ଯୁବତୀ ଜଣଙ୍କ ୪ ଭରି ସୁନା ଓ ଦେଢ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ବଳରାମ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।