ଆସାମରେ ପ୍ରଳୟଙ୍କାରୀ ବନ୍ୟା, ପାଣିରେ ଭାସିଯାଇ ୭ ମୃତ

114

କନକ ବ୍ୟୁରୋ : ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସାମରେ କିନ୍ତୁ ପ୍ରଳୟଙ୍କାରୀ ବନ୍ୟା ତାଣ୍ଡବ ରଚିଛି । ବନ୍ୟା ଓ ଭୂସ୍ଖଳନ ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଆସାମ ବନ୍ୟାରେ ରାଜ୍ୟର ୨୪ ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ବନ୍ୟାରେ ୨,୨,୩୮୫ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ ୨୨୨ ରୁ ଅଧିକ ଗାଁ ଏବେ ଜଳମଗ୍ନ ହୋଇଛି । ମାଟି ଅତଡା ଖସିବା ଫଳରେ ଗମନା ଗମନ ଠପ୍ ହୋଇଯାଇଛି । ଏହାସହ ପାଣିମାଡରେ କିଛି ଘର ମଧ୍ୟ ଭାଙ୍ଗିଯାଇଥିବା ସୂଚନା ମିଳିଛି । ସବୁଠୁ ଅଧିକ ପ୍ରଭାବିତ କଛାର ଜିଲ୍ଲାର ୩୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଇଛି ।

ସେପଟେ ଆସାମ ଜଳ ସମ୍ପଦମନ୍ତ୍ରୀ ପିଜୁସ ହଜାରିକା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡିତଙ୍କ ପାଇଁ କୌଣସି ସହାୟତା ରାଶି ଘୋଷଣା କରାଯାଇ ନାହିଁ । କେବଳ ଆସାମ ନୁହେଁ ଏବେ କେରଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି କ୍ରମରେ ପୁରା ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି ।