ସ୍କୁଲରେ ପାଠପଢ଼ା ଅବଧି ବୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି : ୬ଟାରୁ ୯ଟା ପରିବର୍ତ୍ତେ ୧୦ଟା ଯାଏଁ କ୍ଲାସ କରିବାକୁ ପରାମର୍ଶ

2,320

କନକ ବ୍ୟୁରୋ : ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ । ବର୍ତ୍ତମାନ ସ୍କୁଲର ପାଠପଢ଼ା ସମୟ ସକାଳ ୬ ଟାରୁ ୯ ଟା ରହିଥିବାବେଳେ ଏହାକୁ ଅନ୍ୟୁନ ୧ ଘଣ୍ଟା ବୃଦ୍ଧି କରି ୧୦ ଟା ପର୍ଯ୍ୟନ୍ତ ପାଠପଢ଼ା କରାଯାଉ ବୋଲି ପରାମର୍ଶ ଦେଇଛନ୍ତି ।

ଜୁନ ୪ ତାରିଖ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ପାଠ୍ୟକ୍ରମ ସରିବା ନେଇ ଆଶଙ୍କା ରହିଛି । ମୋଟ ୨୭ ଦିନ କାର୍ଯ୍ୟଦିବସ ମଧ୍ୟରୁ ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମ୍ୟାବାସ୍ୟା ଛୁଟି ଘୋଷଣା ଯୋଗୁଁ ହ୍ରାସ ପାଇଛି କାର୍ଯ୍ୟଦିବସ । ତେଣୁ ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି ।