ବଦଳିଲେ ବ୍ରଜରାଜନଗର ଏସଡିପିଓ ଏବଂ ଏସପି । ଗୁପ୍ତେଶ୍ୱର ଭୋଇ ଓ ରାହୁଲ ଜୈନଙ୍କ ବଦଳି

6,289

କନକ ବ୍ୟୁରୋ: ବଦଳି ହେଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଏସଡିପିଓଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ବର୍ତ୍ତମାନ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ନୂଆ ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ଝାରସୁଗୁଡା ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇଙ୍କ ଗୁଳି ପରେ ଏସପି ରାହୁଲ ଜୈନଙ୍କର ବଦଳି କରାଯାଇଛି ।