ଗଞ୍ଜାମରେ ବିଗୁଡୁଛି ବିଜେଡି ଅଙ୍କ! ଆସିକା, କବିସୂର୍ଯ୍ୟନଗର ପରେ ଖଳ୍ଲିକୋଟରୁ ଆସିଲା ଦଳୀୟ କନ୍ଦଳର ଚିତ୍ର ।

366

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଗଞ୍ଜାମରେ ବିଗିଡିବ କି ବିଜେଡିର ଅଙ୍କ ? ପ୍ରଥମେ ଆସିକା ବିଧାୟିକା ବିରୋଧରେ ବିଜେଡି କର୍ମୀଙ୍କ ବିଦ୍ରୋହ , ତାପରେ କବିସୁର୍ଯ୍ୟନଗର , ଖଲ୍ଲିକୋଟ ପରେ ଏବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବାଷ ବେହେରାଙ୍କ ବିରୋଧରେ ବିଧାୟକ ହଟାଓ ମଞ୍ଚ ଗଢି ଉଠିଛି । ୫୦ ବର୍ଷ ପୁର୍ତ୍ତି ଅବସରରେ ନାଗରିକ ଓ ଶ୍ରମିକ ସଭା ଆୟୋଜନ କରାଯାଇଥିଲା ।

ସେପଟେ ବିଧାୟକ ସୁବାଷ ବେହେରାଙ୍କ ଉପରେ ଅସନ୍ତୁଷ୍ଟ ଥିବା ୩ ହଜାରରୁ ଅଧିକ ବିଜେଡି କର୍ମୀ ଏହି ସଭାରେ ସାମିଲ ହୋଇଥିଲେ । ତେବେ ଗତ ପଂଚାୟତ ଓ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ବିଜେପି ହାତକୁ ଯାଇଥିବା ବେଳେ ଛତ୍ରପୁର ବ୍ଲକ ଅଧକ୍ଷ ବିଧାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ହାତକୁ ଯାଇଥିଲା ।

ସେହିଭଳି ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ସ୍ୱାଧୀନ ହାତକୁ ଯାଇଥିବା ବେଳେ ଗଞ୍ଜାମ ବ୍ଲକ ର ଅଧକ୍ଷ ପଦ ବିଜେଡି ହାତକୁ ଯାଇଥିଲା । ସେହି ଭଳି ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦ ବିଜେପି ହାତକୁ ଚାଲି ଯାଇଥିଲା । ଯେଉଁଥଇରେ ବିଜେଡିର ଅନ୍ତଃ କନ୍ଦଳ ପ୍ରତିଫଳନ ହୋଇଥିଲା । ତେବେ ବର୍ତମାନ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଠାରେ ସମ୍ବର୍ଦ୍ଧନା ସଭା କରି ବିଧାୟକକୁ ଖୋଲା ଚାଲେଞ୍ଜ ଦିଆଯାଇଛି । ତା ସହିତ ବିଧାୟକ ବିରୋଧୀ ମଂଚ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଆଗମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ମନମୁଖୀ ଶାସନ ବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି ।