ନବାବ୍ ମଲ୍ଲିକଙ୍କୁ ଝଟକା । ରାଜ୍ୟସଭା ନିର୍ବାଚନରେ ଦେଇପାରିଲେନି ଭୋଟ୍ ।

117

କନକ ବ୍ୟୁରୋ: ରାଜ୍ୟସଭାର ୧୬ ଆସନ ପାଇଁ ଆଜି ହୋଇଛି ଭୋଟିଂ । ହେଲେ ଏହା ଭିତରେ ମହାରାଷ୍ଟ୍ର ନେତା ନବାବ୍ ମଲ୍ଲିକଙ୍କୁ ଲାଗିଛି ଝଟକା । ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଓ ହରିୟାଣାର ବିଧାୟକମାନେ ନିଜ ନିଜ ମତ ସାବ୍ୟସ୍ତ କରୁଛନ୍ତି । ହେଲେ ଇଚ୍ଛା ଥାଇବି ଭୋଟ ଦେବାରୁ ବାଦ୍ ପଡିଲେ ନବାବ୍ ମଲ୍ଲିକ । ତାଙ୍କ ସହ ପୂର୍ବ ନେତା ଅନିଲ ଦେଶମୁଖଙ୍କୁ ମଧ୍ୟ ଭୋଟ୍ ଦେବାକୁ ଅନୁମିତ ଦେଲେନାହିଁ ବମ୍ବେ କୋର୍ଟ । ଏହି ଦୁଇ ନେତାଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଦେବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି କୋର୍ଟ ।

କହିରଖୁଁ, ଏବେ ନବାବ୍ ମଲ୍ଲିକ ଓ ଅନିଲ ଦେଶମୁଖ ନ୍ୟାୟିକ ହେପାଜତରେ ଅଛନ୍ତି । ହେଲେ ଦୁହେଁ ଭୋଟ ଦେବାକୁ କୋର୍ଟରେ ଅପିଲ କରିଥିଲେ । ହେଲେ ଆବେଦନରେ ତ୍ରୁଟି ଥିବା ଦର୍ଶାଇ ତାଙ୍କୁ ପୁନଃ ଆବେଦନ କରିବା ସହ ଭୋଟିଙ୍ଗ କରିପାରିବେ ନାହିଁ ବୋଲି କହିଥିଲେ କୋର୍ଟ ।