ଟ୍ରାଫିକ୍ ନିୟମ ଭାଙ୍ଗଲେ । ଚାଲାନ୍ କାଟିବାକୁ କହିବାରୁ ନାଲି ଆଖି ଦେଖାଇଲେ ବିଧାୟକଙ୍କ ଝିଅ ।

420

କନକ ବ୍ୟୁରୋ: ବାପା ସତ୍ତାରେ ତେଣୁ ଝିଅର ନିଘା ନାହିଁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଳୁରୁରେ । ଏଠାରେ ଟ୍ରାଫିକ୍ ନିୟମ ଭାଙ୍ଗିବାକୁ ନେଇ ଚାଲାଣ କାଟିବାକୁ କହିବାରୁ ପୋଲିସ ସାଙ୍ଗରେ ମୁହାଁମୁହିଁ ହେଲେ ବିଧାୟକଙ୍କ ଝିଅ ।

ପ୍ରକୃତ କଥା ହେଉଛି ବେଙ୍ଗାଳୁରୁ ବିଧାୟକ ଅରବିନ୍ଦ ନିମ୍ବାବଲିଙ୍କ ଝିଅ ଆଉ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ବିଧାୟକଙ୍କ ଝିଅ ନିଜ ବିଏମଡବ୍ଲୁ କାରରେ ଯାଉଥିବାବେଳ ଟ୍ରାଫିକ୍ ନିୟମ ଭାଙ୍ଗି ରେଡ୍ ଲାଇଟ୍କୁ ପାରି କରିଯାଇଥିଲେ । ନିୟମ ଭାଙ୍ଗି ସେ କାର ବେଲ୍ଟ ମଧ୍ୟ ବାନ୍ଧିନଥିଲେ । ଏହାପରେ ତାଙ୍କ କାରକୁ ଅଟକାଇ ପୋଲିସ ଚାଲାଣ କାଟିବାକୁ କହିଥିଲା । ହେଲେ ଏଥିପାଇଁ  ରୋକଠୋକ୍ ମନା କରିଦେଇଥିଲେ ବିଧାୟକଙ୍କ ଝିଅ । ବରଂ ସେ ବିଧାୟକଙ୍କ ଝିଅ , ସେ କାହାକୁ ଡରନ୍ତି ନାହିଁ । ତାଙ୍କୁ ଠାରୁ ଚାଲାଣ କାଟିବାର ଅଧିକାର ପୋଲିସର ନାହିଁ ବୋଲି କହିଥିଲେ ଯୁବତୀ ।

 ଏତିକିରେ କଥା ସରିନଥିଲା । ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ ଯୁବତୀ । ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ଟ୍ରାଫିକ୍ ପୋଲିସ ୧୦ ହଜାର ଟଙ୍କାର ଚାଲାଣ କାଟି ଯୁବତୀଙ୍କ ହାତରେ ଧରେଇ ଦେଇଥିଲା । ଏହି ଘଟଣାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।