ପ୍ରେମର ଶୀତଳ ସ୍ପର୍ଶ କେତେବେଳେ କାହାକୁ ଛୁଇଁ ଥାଏ । ଏହା କହିବା ବଡ ମୁସ୍କିଲ । ପ୍ରେମ ମାନେନା ସ୍ଥାନ କାଳ ପାତ୍ର । କେତେବେଳେ କାହାକୁ ବି ପ୍ରେମ ମତୁଆଲା କରିପାରେ । ସେଥିପାଇଁ ତ କୁହାଯାଏ ପ୍ରେମ ଅମାନିଆ । ପ୍ରେମ ଓ ଭଲପାଇବାକୁ ନେଇ ନିତିଦିନ କିଛି ନା ଘଟଣା ଘଟୁଛି । କିନ୍ତୁ ଏମିତି ଏକ କଅଁଳ ବୟସରେ ପ୍ରେମ ସଂପର୍କ ବିଷୟରେ ଆପଣ ଜାଣିଲେ ଖୁବ୍ ହସିବେ । କିନ୍ତୁ ଏହା ସତ । ଏବେ ୟୁଟ୍ୟୁବରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାଇମେରୀ ସ୍କୁଲରେ ପଢୁଥିବା ଛୋଟ ପିଲାର ପ୍ରେମ ପ୍ରପୋଜ । ଏହି ଖେଳକୁଦର କଅଁଳ ବୟସରେ ମନରେ ନିଜ ସାଥୀ ପ୍ରତି ଭଲପାଇବାର ଭାବ ଉଙ୍କି ମାରିବା ବାସ୍ତବରେ ଆଶ୍ଚର୍ଯ୍ୟକର କଥା । ହେଲେ ଟମି ନାମକ ଏହି ଛୋଟ ପିଲାଟି ନିଜ ପ୍ରେମକୁ ପାଇବା ପାଇଁ ଜଣେ ଯୁବକଟିଏ ଯାହା କରେ ସେୟା କରିଛନ୍ତି । ନିଜର କ୍ଲାସମେଟ ମିଲିଙ୍କୁ ପ୍ରପୋଜ କରିଛନ୍ତି । ସବୁଠୁ ମଜାଦାର କଥା ହେଲା ଟମି ନିଜ ମା’ଙ୍କର ବିବାହ ବେଳର ହୀରା ମୁଦିକୁ ଘରୁ ଲୁଚାଇ ଆଣି ମିଲିଙ୍କୁ ଦେଇ ପ୍ରେମ ପ୍ରସ୍ତାବ ଦେଇଛନ୍ତି ।
ଏହି ଭାଇରାଲ ଭିଡିଓରେ ମିଲିର ବାପା ହସି ହସି ନିଜ ଝିଅର ପ୍ରେମ କଥାକୁ କହୁଥିବାର ଦେଖିବାକୁ ମିଳୁଛି । ମିଲି ସ୍କୁଲରୁ ଫେରି ନିଜ ବାପାଙ୍କୁ ସାଥି ଟମିର ପ୍ରପୋଜ କଥା କହିଛନ୍ତି । ଟମି ଦେଇଥିବା ହୀରା ମୁଦିକୁ ତାର ବାପାଙ୍କୁ ସ୍କୁଲ ବ୍ୟାଗରୁ କାଢି ଦେଖାଇଚନ୍ତି । ମିଲିର ଏଭଳି ପ୍ରେମକୁ ଦେଖି ବାପା ମା’ ଖୁବ୍ ହସ ମଜା କରିଛନ୍ତି । ଆଉ ଏ ବୟସରେ ଏହି କଅଁଳ ପ୍ରେମକୁ ନେଇ ନିଜେ ତାଜୁବ୍ ହୋଇଯାଇଛନ୍ତି । ଭିଡିଓରେ ମଧ୍ୟ ମିଲି ଓ ତାଙ୍କର କୁନି ପ୍ରେମିକ ଟମିଙ୍କୁ ଶେଷ ଆଡକୁ ଦେଖିବାକୁ ମିଳୁଛି ।
ଦେଖନ୍ତୁ ଏହି ଭିଡିଓ-
ଏହାସହ ମଧ୍ୟ ଦେଖନ୍ତୁ- ମାତ୍ର ୫ଶହ ଟଙ୍କାରେ ଶେଷ ହେଲା ବାହାଘର : ନିଆରା ବାହାଘରକୁ ନେଇ ଚର୍ଚା