ଶୀତ ସହିତ ବଢିଲା ପ୍ରଦୂଷଣ: କଳା ଚାଦର ତଳେ ଦିଲ୍ଲୀ, ଅଣ ନିଃଶ୍ୱାସୀ ହେଉଛନ୍ତି ରାଜଧାନୀବାସୀ

86

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଶୀତର ଲହର ବଢିବା ସହିତ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ ଘନ କୁହିଡି ସହ ପ୍ରଦୂଷଣର କଳା ଚାଦର ସହରକୁ ଘୋଡେଇକି ରହିଛି । ଫଳରେ ଅଣ ନିଶ୍ୱାସୀ ହୋଇ ପଡିଛନ୍ତି ଦିଲ୍ଲୀବାସି । ଯାହାକି ରାଜଧାନୀବାସିଙ୍କ ଚିନ୍ତା ବଢାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତା ଅତି ନିମ୍ନ ମାନର ରହିଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ସ୍ଥାନରେ ଏୟାର କ୍ୱାଲିଟି ଲେବେଲ ୪ ଶହ ୫୦ ଉପରେ ରହିଛି । ଯାହାକି ଅତି ଗମ୍ଭିର ସମସ୍ୟାର କାରଣ ପାଲଟିଛି । ସରକାର ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦେକ୍ଷେପ ନେଉଥିଲେ ସୁଦ୍ଧା କୌଣସି ପରିବର୍ତନ ଦେଖୁବାକୁ ମିଳୁନାହିଁ । ରାଜଧାନୀରେ ବନ୍ଦ ଥିବା ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି । ଯାହା ପ୍ରଦୁଷଣ ବୃଦ୍ଧିର ମୁଳ କାରଣ ବୋଲି କୁହାଯାଉଛି ।