ପଞ୍ଚାୟତରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳିବ ବିଜେପି : ରାଜ୍ୟ ବିଜେପି ସାଧାରଣ ସମ୍ପାଦକଙ୍କ ସୂଚନା

113

କନକ ବ୍ୟୁରୋ : ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ଭ୍ରଷ୍ଟାଚାରର ବାରୂଦ ଗଦାରେ ଠିଆ ହୋଇଛି ଓଡିଶା । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି । ଏହାକୁ ବିରୋଧ କରି ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବ ଦଳ ।

ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁରେ ଡ୍ରାମା କରୁଛନ୍ତି । ଏପ୍ରିଲ ୨୪ ରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି କିନ୍ତୁ ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ରେ ଏହାକୁ ପାଳନ କରୁଛି । ଭ୍ରଷ୍ଟାଚାରର କେନ୍ଦ୍ର ବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବିହ୍ୱରେ ଛନ୍ଦି ହୋଇ ଯାଇଛି । ପଞ୍ଚାୟତରେ କଣ ହେବ ତାହା ଶାସକ ଦଳର ବିଧାୟକ ମାନେ ନିଷ୍ପତ୍ତି ନେଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି ।